ଭୁବନ ଥାନା ଭୁଷଳ ପଞ୍ଚାୟତ ଅନ୍ତର୍ଗତ କଞ୍ଚନବାହାଳୀ ଦେହୁରୀ ସାହିର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।. ମୃତକ ହେଲେବଶୁକାନ୍ତି ମୁଣ୍ଡାଙ୍କ ପୁତ୍ର ରାଜେଶ ମୁଣ୍ଡା (୬) । ଶୁଣାନ୍ତିଙ୍କ ସ୍ବାମୀ ସୁନିଆଁ ମୁଣ୍ଡା ସୁଦୂର ଚେନାଇରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ।
ସୁଚନାଯୋଗ୍ୟ କି ଆଜି ପିଲାଟି ମାଛ ମାରିବାକୁ ପୋଖରିକି ଯାଇଥିଲା । କୌଣସି କାରଣ ବସତଃ ଗୋଡ ଖସି ଯାଇ ମୃତ୍ୟୁବରଣ କରିଥିଲା । ତେବେ ସାହି ପଡିଶାଙ୍କ ସହାୟତାରେ ଭୂଷଳ ସରପଞ୍ଚ ଙ୍କ ପ୍ରତିନିଧି ଚିତ୍ତ ମଲ୍ଲିକ ପିଲାଟିକୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଲାଗି ପ୍ରଥମେ ଭର୍ତ୍ତି କରିଥିଲେ । ଡାକ୍ତର ଆନନ୍ଦିତା ପରିଡା ରାଜେଶକୁ ମୃତ ଘୋଷଣା କରିଥିଲେ ।