ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ରଗଡିପଡା ଗ୍ରାମ ନିକଟ ଶାଳ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ଯୁବକ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ ଅଁଳାଝରୀ ଗ୍ରାମର ଦଣ୍ଡୁଆ ପାତ୍ର ପିତା- ତିର୍ଥବାସୀ ପାତ୍ର ବୋଲି ଜଣାପଡିଛି ।
ଆଜକୁ ଏକ ମାସ ହେଲା ଓଡିଶ ପଞ୍ଚାୟତର ରଗଡିପଡାସ୍ଥିତ ପିଉସା ଘରକୁ ଆସିଥିଲେ । ତେବେ ଆଜି ସକାଳେ ରଗଡିପଡା ଗ୍ରାମ ନିକଟ ଝରଣା ଶାଳ ଜଙ୍ଗଲରେ ଏକ ଗଛରେ ଦଣ୍ଡୁଆର ଝୁଲନ୍ତା ମୃତଦେହ ଲୋକେ ଦେଖିଥିଲେ ।
ବାମ ହାତର ଶିରାଗଭୀର ଭାବେ କଟା ହୋଇଥିବା ତଉଲିଆ କୁ ଚିରି ଦୁଇ ଖଣ୍ଡ କରିବା ପରେ ଗଛ ରେ ଝୁଲନ୍ତା ଅବସ୍ଥା ରେ ଦେଖିବା ପରେ ଗ୍ରାମବାସୀ ଭୁବନ ଥାନାକୁ ଖବର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ଭୁବନ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତ ରୁ ଏହା ଏକ ପ୍ରେମ ଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି ।