News
WhatsApp Image 2023-10-04 at 17.25.00
samparksetu

ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଚଢିଗଲା ଅଜଣା ଗାଡି,ବୃଦ୍ଧା ଗୁରୁତର ଆହତ

ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବାଇପାସ୍‌ରେ ଜଣେ ବୃଦ୍ଧା ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବୃଦ୍ଧାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ-୨ କୋହ୍ଲସାହିର ଖୁଲଣା ସାହୁ (୭୫ ବର୍ଷ) ସବୁଦିନ ପରି ଆଜି ମଧ୍ୟ ସକାଳୁ ଉଠି ମର୍ଣ୍ଣିଂୱାକ୍ କରୁଥିଲେ। ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବୃଦ୍ଧାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଛି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ଭୁବନ ଡାକ୍ତର ବୃଦ୍ଧାଙ୍କର ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।

ସେହିପରି ଗତକାଲି ସନ୍ଧ୍ୟାରେ ବାଉଁଶକଣ ଗ୍ରାମ ନିକଟରେ ଏକ ଅଟୋ ଷଣ୍ଢ ସହ ଧକ୍କା ହେବାରୁ ଅଟୋରେ ଥିବା ପ୍ରାୟ ୬ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ମାନେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ଗ୍ରାମର ବୋଲି ଜଣାପଡିଛି । ସେମାନେ ପୁରୁଷୋତ୍ତମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଠିକା କାମ କରିବାକୁ ଆସି ଫେରୁଥିଲେ ।

new life
You might also like
error: Content is protected !!