News
WhatsApp Image 2023-10-04 at 17.25.00
samparksetu

ଅଂଶୁଘାତ ରେ ଚାଲିଗଲା ଟ୍ରଲି ଚାଳକଙ୍କ ଜୀବନ !

ଢେଙ୍କାନାଳ ଜିଲ୍ଲାରେ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ୩ରେ ପହଁଚିଛି । ବୁଧବାର ମଧ୍ୟାହ୍ନରେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ।ୱାର୍ଡ ନଂ୨ ନଟାକଟା କଲୋନୀର ଜଣେ ଟ୍ରଲି ଚାଳକ ନିଜ ଘରକୁ ଫେରିଥିଲେ ।

ବିଶ୍ରାମ ନେବାକୁ କହିବାରୁ ଘର ଲୋକ ଶୋଇବାକୁ ଦେଇଥିଲେ । ଶୋଇଥିବା ସମୟରେ ସ୍ତ୍ରୀ ପାର୍ବତି ମଳିକ ଖାଇବାକୁ ଡାକିବାରୁ ସେ ଆଉ ଉଠିନଥିଲେ । ସଙ୍ଗେସଙ୍ଗେ ୧୦୮ ଯୋଗେ ଭୁବନ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଭୁବନ ନଟାକଟା ର ରଘୁ ମଳିକଙ୍କ ବଡ ପୁଅ ଘନସ୍ୟାମ ମଳିକ (୩୫) ।

ଘଟଣାସ୍ଥଲରେ ନଗରପାଳ ଶୁଭେନ୍ଦୁ ସାହୁଙ୍କ ପରାମର୍ସ କ୍ରମେ ବିଜୁ ଜନତା ଦଳର ଯୁବ ସଭାପତି ସନ୍ଦୀପ ପୃଷ୍ଟି ପହଁଚି ଶବ ବ୍ୟବଛେଦ ରେ ସହଯୋଗ କରିଥିଲେ ।

new life
You might also like
error: Content is protected !!