News
WhatsApp Image 2023-10-04 at 17.25.00
samparksetu

କଲେଜ ଛାତ୍ରୀ ନିଖୋଜ!

ରାଜ୍ୟରେ ଏବେ ଗୋଟିଏ ପରେ ଗୋଟିଏ ଛାତ୍ରୀ ନିଖୋଜ ଘଟଣା ଚାଞ୍ଚଲ୍ୟ ଖେଳାଉଥିବା ବେଳେ ୫ ଏପ୍ରିଲ ରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଟିପିଲେଇ ଗାଁ ର ଗଣେଶ୍ୱର ନାୟକଙ୍କ ଝିଅ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ କଲେଜ ଯାଇ ଘରକୁ ଫେରି ନାହାଁନ୍ତି।

ସୂଚନା ମୁତାବକ ଛାତ୍ରୀ ଜଣକ ମଠକରଗୋଳା କଲେଜରେ ବିଜ୍ଞାନ ଛାତ୍ରୀ। ସେ ସବୁଦିନ ସ୍କୁଟିରର କଲେଜ ଯିବାଆସିବା କରିଥାନ୍ତି। ସବୁଦିନ ପରି ୫ ଏପ୍ରିଲ ରେ ମଧ୍ୟ ସେ କଲେଜ ଯାଇଥିଲେ। ତେବେ ଫେରିବାରେ ବିଳମ୍ବ ହେବାରୁ ଗଣେଶ୍ୱର ଫାଣ୍ଡି ଅଧିକାରୀଙ୍କୁ ଜଣାଥିଲେ।

ଛାତ୍ରୀ ନିଖୋଜ ହେବାର ଏତେ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତରେ ଏ ନେଇ କୌଣସି ସୂଚନା ନାହିଁ। ଝିଅର ସୁରକ୍ଷା ଚିନ୍ତାରେ ଘରେ ଭାଳେଣି ପଡିଛି। ତୁରନ୍ତ କଲେଜ ଛାତ୍ରୀଙ୍କୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

new life
You might also like
error: Content is protected !!