News
WhatsApp Image 2023-10-04 at 17.25.00
samparksetu

ଭୁବନ ରେ ପାଟ୍ରୋଲିଂ କଡା କଡି, ଅମାନିଆ ଦେଲେ ଜୋରିମାନା

ରାଜ୍ୟରେ ମହାମାରୀ କୋରନାର ଦ୍ବିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପୀ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଛି।

ଫଳରେ ଆଜି ଦ୍ବିତୀୟ ସପ୍ତାହରେ ଏହି ନିୟମକୁ ଅନେକ ସମୟରେ କିଛି ବ୍ୟବସାୟି ଖାମଖିଆଲ ମଣୁଛନ୍ତି। ସେମାନଙ୍କୁ ଖୋଜିଖୋଜି ସାବାଡ କରୁଛି ପୋଲିସ। ସନ୍ଧ୍ୟା ସମୟରେ ଭୁବନ ଥାନା ତରଫରୁ ପେଟ୍ରୋଲିଂ କଡାକଡି କରୁଥିବା ନଜରକୁ ଆସିଛି। ଭୁବନ ଥାନା ଅଧିକାରୀ ଭୁବନ ସହରର ପ୍ରତ୍ୟକ ମୂଖ୍ଯ ଛକରେ ପୋଲିସ୍ ମୁତୟନ କରିବା ସହିତ ସହର ମଧ୍ଯକୁ ପ୍ରବେଶ କରୁଥିବା ଯାନବାହାନ କୁ ଚେକିଙ୍ଗ ଯୋରଦାର କରିଛି।

ସେହିପରି ଭୁବନ କାଳୀବଜାର ସ୍ଥିତ ଏକ ଚା ଓ ପାଉଁରୁଟି ଦୋକାନ ଠାରୁ ଦୁଇ ହଜାର ଜୋରିମାନା ଆଦାୟ କରାଯାଇଥିବା ବେଳେ ଇଲେକ୍ଟ୍ରି ଅଫିସ ସାମନାରେ ଖୋଲାଥିବା ଆଳୁଗୋଦାମ ର ଦୁଇଜଣଙ୍କୁ ଅଟକ ରଖିଛନ୍ତି। ସେହିପରି ଅମାନିଆ ମଟର ଚାଳକଙ୍କ ଠାରୁ ଇ ଚାଲାଣ ଜରିଆରେ ଫାଇନ କଟାଯାଉଥିବା ଦେଖାଯାଉଛି।

new life
You might also like
error: Content is protected !!