News
WhatsApp Image 2023-10-04 at 17.25.00
samparksetu

ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଟୁନା

ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ ଅନନ୍ତପୁର ଗାଁ ର ଟୁନା ଦେହୁରୀ(୨୭)ଗତ ୪ତାରିଖ ରାତିରେ ନିଜ ଛାତ ଉପରେ ଶୋଇଥିବା ସମୟରେ ଅଚାନକ ଛାତରୁ ପଡି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଡାକ୍ତରଖାନା ପରେ ତାଳୟ କଟକ ମେଡିକାଲକୁ ପଠାଯାଇଥିଲା, କିନ୍ତୁ ସେଠାରେ ୧୦ ଦିନ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ । ବର୍ତ୍ତମାନ ସେ ଘରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି ।

ତେବେ ତାଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ମଧ୍ୟ ସ୍ୱାସ୍ଥ୍ୟ ସେବା ରୁ ସେ ବଞ୍ଚିତ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସାହାଯ୍ୟ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!