ଭୁବନ ବ୍ଲକ ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘ କୁ ଧାନ ବିକ୍ରୀ କରିବେ ନାହିଁ ବୋଲି ବାରମ୍ବାର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ କରିବା ନାମରେ ଗାଁ କୁ ଯାଇଥିବା ୩ ଜଣ ଅଧିକାରୀ ଙ୍କୁ ଗ୍ରାମବାସୀ ଡିହ ସାହି ମଣ୍ଡପ ରେ ବନ୍ଦି କରି ରଖିଥିବା ଜଣା ପଡିଛି । ଯେ ପର୍ଯ୍ୟନ୍ତ ମହିଳା ସଙ୍ଘର ଆଦେଶ ବାତିଲ କରା ନଯାଇଛି ସେ ପର୍ଯ୍ୟନ୍ତ ଅଫିସରଙ୍କୁ ବନ୍ଦି ରଖାଯିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି ।
ଅଟକ ଥିବା ଅଧିକାରୀ ହେଲେ ଯୋଗାଣ ଅଧିକାରୀ ବାଘ ବେଶ୍ର, ମିଶନ ଶକ୍ତି ର ବ୍ଲକ ସଂଯୋଜକ ଏମ ବି କେ ରୋଜାଲିନ ପରିଡା, ସି ଆର ପି ତଅପୋଇ ସାହୁ ଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଅଟକଙ୍କୁ ଛାଡିଥିଲେ ଗ୍ରାମବାସୀ ।