News
WhatsApp Image 2023-10-04 at 17.25.00
samparksetu

ସଡକ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର

ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ – ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରିଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାତ ଟା ସମୟରେ କାମାକ୍ଷନଗର ଥାନା ଗୁନେଇବିଲି ପଞ୍ଚାୟତ ବାଲିପଡ଼ା ଡିମିରିଆ ଗ୍ରାମର ବିଦ୍ୟାଧର ରାଉତ (୫୫) ଓ ରୂମିଲା ପ୍ରଧାନ (୩୨) ବାଇକ୍ ଯୋଗେ ଜିରାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ I

ଫେରିବା ସମୟରେ ତାରିଣୀ ମନ୍ଦିର ନିକଟରେ କାମାକ୍ଷନଗର ପଟୁ ଏକ କାର୍ ଆସି ବାଇକ କୁ ଧକ୍କା ଦେଇଥିଲା I ଯାହା ଫଳରେ ବାଇକ୍ ଆରୋହୀ ଦୁଇ ଜଣ ଛିଟିକି ପଡିବାରୁ ଘଟଣା ସ୍ଥଳରେ ବିଦ୍ୟାଧର ଙ୍କ ଡାହାଣ ପଟ ଗୋଡ ଛିଣ୍ଡି ଅଲଗା ହୋଇଯାଇଥିଲା । ଘଟଣାସ୍ଥଳରେ ବିଦ୍ୟାଧର ଙ୍କ ମୃତ୍ୟୁ ଘଟିଥିବା ବେଳେ ରୂମିଲା ଗୁରୁତର ହେବାରୁ ପ୍ରଥମେ ଜିରାଳ ପରେ କଟକ ସ୍ତାନସ୍ତର କରାଯାଇଛି I

new life
You might also like
error: Content is protected !!