News
WhatsApp Image 2023-10-04 at 17.25.00
samparksetu

ଅଷ୍ଟମୀ ଭାରକୁ ନେଇ ବିଷ ପିଇଲେ ଦମ୍ପତି !

ପ୍ରଥମାଷ୍ଟମୀ ରେ ଅଘଟଣ , କୀଟନାଷକ ଓୌଷଧ ପିଇ ସ୍ବାମୀ ସ୍ତ୍ରୀ କଲେ ଆତ୍ମହତ୍ୟା ଉଦ୍ୟମ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୁରୁଗା ଗ୍ରାମରେ । ଖବର ନେବାରୁ ଜଣାପଡିଛି ଯେ ଗ୍ରାମର ସୁଜନ ନାଏକ (୪୦) ସ୍ତ୍ରୀ ମାନସୀ ନାଏକ (୩୫) । ଗତକାଲି ସନ୍ଧ୍ୟା ସମୟରୁ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଚାଲିଥିଲା ।

ତେବେ ଆଜି ସକାଳେ ନିଜ ଝିଅ ଶାଶୁଘର କାମାକ୍ଷାନଗର ବାଇଶିଙ୍ଗା କୁ ଯାଇ ଘରକୁ ଫେରିଥିଲେ । ତେବେ ଆଜି ଘରେ ଦୁହିଁଙ୍କ ମଧ୍ୟରେ କିଛି କଥା କଟାକଟି ହୋଇଥିଲା । ସୁଜନ ଏକ ବାଇକ ଯୋଗେ ଗ୍ରାମ ପାଖ ପଳାଶପିଠିଆ ଗୋଡା ଗ୍ରାମକୁ ଯାଇ କୀଟନାଷକ ଓୌଷଧ ଆଣି ଅଧା ପିଇଦେଇ ଘରକୁ ଫେରୁଥିଲେ ।

ତେବେ ଗ୍ରାମର ଜଣେ ଯୁବକଙ୍କ ସହାୟତାରେ ସ୍ତ୍ରୀ ଖୋଜାଖୋଜି କରିବା ସମୟରେ ବାଟରେ ସ୍ବାମୀଙ୍କୁ ପାଇଥିଲେ । ତେବେ ମାନସୀ ଗ୍ରାମର ଯୁବକଙ୍କୁ ଚାଲିଯିବାକୁ କହି ସ୍ବାମୀଙ୍କ ବାଇକ ଯୋଗେ ଘରକୁ ଫେରିଥିଲେ । ଆସିବା ବାଟରେ ଗ୍ରାମ ପାଖ ରେଳ ଲାଇନ ନିକଟରେ ସୁଜନଙ୍କର ମୁଣ୍ଡ ବୁଲାଇଥିଲା । ସ୍ତ୍ରୀ ପଚାରିବାରୁ କୀଟନାଷକ ଓୌଷଧ ପିଇ ଦେଇଛି କହିଥିଲେ ସୁଜନ । ତେବେ ଗାଡି ଡିକିରେ ଆଉ ଅଧା ଓୌଷଧ ଅଛି ଶୁଣି ସ୍ତ୍ରୀ ମାନସୀ ମଧ୍ୟ ବିଷ ପିଇ ଦେଇଥିଲେ ।

ରେଳ ଲାଇନ କଡ଼ରେ ବସି ସ୍ବାମୀ ସ୍ତ୍ରୀ ବାନ୍ତି ହେଉଥିବା ଗ୍ରାମବାସୀ ଦେଖି ପ୍ରକୃତ ଘଟଣା ଶୁଣି ଦୁହିଁଙ୍କୁ ମଟର ସାଇକେଲ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ସ୍ତ୍ରୀ ମାନସୀଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ନଥିବା ବେଳେ ସ୍ବାମୀ ସୁଜନ ଗୁରୁତର ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।

ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନା ର ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୁଜନ ଙ୍କର ବଡ଼ ଝିଅ ମାମାଲି ( ୧୯) ଗତ ବର୍ଷ ବିବାହ କରିଥିଲେ । ସୁଜନ ଙ୍କର ୩ ଝିଅ ଗୋଟିଏ ପୁଅ । ଗୋଟିଏ ଝିଅ ବିବାହ କରିଥିବା ବେଳେ ୨ ଝିଅ ଫୁକୁଲୁ (୧୯) ନେଣ୍ଟି (୧୦)ଓ ପୁଅ ଗୋଧି (୭) ଘରେ ଅଛନ୍ତି । ତେବେ ଧାର କରଜ ରେ ବୁଡିରହିଥିବା ସୁଜନ ଏଭଳି ନିଷ୍ପତ୍ତି ନେଇଥିବା ଡାକ୍ତର ଖାନରେ ଉପସ୍ଥିତ ସୁଜନ ଙ୍କ ଭଉଣୀ କାଶୀପୁର ଗ୍ରାମର ମାତାଜୀ ଙ୍କ ଠାରୁ ଜଣାପଡିଛି ।

new life
You might also like
error: Content is protected !!