ଜାତୀୟ ରାଜପଥ ୫୩ କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ ଟ୍ରକ। ଘଟଣାସ୍ଥଳରେ ଦଶ ଚକିଆ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେଥିବା ପୋଖରୀ କଡ଼ ରେ ଘଟିଛି ଦୁର୍ଘଟଣା ।
ଟିପିଲେଇ ଛକ ନିକଟବର୍ତ୍ତି ରାସ୍ତା କଡରେ ଥିବା ଏକ ପୋଖରୀ ନିକଟରେ ଟିପର OR14R7781 ଛିଡା ହୋଇଥିଲା । ଏହି ଟିପର ପଛପଟୁ OD-35-D-4217 ନମ୍ବର ଦଶ ଚକିଆଟ୍ରକ ଧକା ଦେଇଥିଲା । ଯାହା ଫଳରେ ଟ୍ରକ ଡ୍ରାଇଭର ଗୁରୁତର ହୋଇ ପଡିଥିଲା ।
ଖବର ପାଇ ଘଟଣାସ୍ଥଳରେ ୧୦୮ ଓ ଭୁବନ ଦମକଳ ବାହିନୀ ପହଂଚି ଏକ ଜେସିବି ସାହାଯ୍ୟ ରେ ଟ୍ରକକୁ ଅଲଗା କରାଯାଇଥିଲା । ପରେ ଟ୍ରକରୁ ଡ୍ରାଇଭର କୁ ଉଦ୍ଧାର କରି ଭୁବନ ଡାକ୍ତରଖାନା କୁ ଅଣାଯାଇଛି। ତେବେ ଖବର ସଂଗ୍ରହ ସୁଧା ଭୁବନ ପୋଲିସ ପହଞ୍ଚିନଥିବା ଜଣାପଡିଛି ।
ଭୁବନ ଡାକ୍ତରଖାନା ରେ ଡ୍ରାଇଭର କୁ ମୃତ ଘୋଷଣା କରିଛନ୍ତି ଡାକ୍ତର.ତେବେ ମୃତ ଡ୍ରାଇଭର ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଥାନା କଅଁରପୁର ଗ୍ରାମ ର ଦେବରାଜ ମଳିକ ଙ୍କ ପୁଅ ନବକିଶୋର ମଲ୍ଲିକ (୩୫ )ବୋଲି ଜଣାପଡିଛି ।