News
WhatsApp Image 2023-10-04 at 17.25.00
samparksetu

ଭୁବନ ମହିଳା ମହାବିଦ୍ୟାଳୟ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ମଜବୁତ ଗଣତନ୍ତ୍ର ପାଇଁ ଭୋଟର ହେବା ଓ ଭୋଟ ଦେବା ଲକ୍ଷ ନେଇ
ଭୁବନ ମହିଳା ମହାବିଦ୍ୟାଳୟରେ ଯୁବଭୋଟରଙ୍କୁ ଆକୃଷ୍ଟ କରିବା , ଭୋଟର ସଚେତନା କାର୍ଯ୍ୟକ୍ରମ ରେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡ଼ିଶାଙ୍କ ନୂତନ ଭୋଟରସଂଯୋଗ , ତୃଟିସଂଶୋଧନ , ନାମ ଅପସାରଣ , ଭୋଟରକାର୍ଡ଼ ସହ ଅଧାରକାର୍ଡ଼ ସଂଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳଙ୍କ ସଭାପତିତ୍ୱ କରିଥିଲେ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ସ୍ନେହ ମୁଦୁଲି ଭୋଟର
ହେଲ୍ପଲାଇନ୍ ଓ ଆପ୍ ମାଧ୍ୟମରେ କିଭଳି ଅତି ସହଜରେ ଭୋଟର ପଂଜିକରଣ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ୨୦୨୩ ମସିହା ଜାନୁଆରୀ ୧ , ଅପ୍ରେଲ ୧ , ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କର ବୟସ ୧୮ ବର୍ଷ ହେଇଯାଇଛି ସେମାନେ ବୟସ ପ୍ରମାଣ ପତ୍ର , ବାସସ୍ଥାନ ପ୍ରମାଣ ପତ୍ର ଓ ଗୋଟିଏ ପାସପୋର୍ଟ ଫଟୋ ମାଧ୍ୟମରେ ଭୋଟର ହେଲ୍ପଲାଇନ
କିମ୍ବା ଗୁଗୁଲ କ୍ରୋମରେ ଏନ.ଭି.ଏସ .ପି ଡ଼ଟ ଇନ ମାଧ୍ୟମରେ ଡ଼ିସେମ୍ବର ୮ ତାରିଖ ସୁଦ୍ଧା ଅଗ୍ରୀମ ପଂଜୀକରଣ କରିପାରିବେ ବୋଲି ସୂଚନା ଦିଆଯାଇଥିଲା ।

ସମ୍ମାନୀତ ଅତିଥି ଭାବେ ଭୁବନ ମହିଳା ଡ଼ିଗ୍ରୀ ମହାବିନ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିରଂଜନ
ନାୟକ ଧନ୍ୟବାନ ଅର୍ପଣ କରିଥିଲେ ।

new life
You might also like
error: Content is protected !!