News
WhatsApp Image 2023-10-04 at 17.25.00
samparksetu

ହଜିଗଲା ବିଜୁ ପଟ୍ଟନାୟକ ପାର୍କ ଯୋଜନା !

ଢେଙ୍କାନାଳ ଜିଲ୍ଲା କୁଞ୍ଜକାନ୍ତ ମଧୁବନ ସ୍ଥିତ ବିଜୁ ପଟ୍ଟନାୟକ ଶିଶୁ  ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଠ ସରକାରୀ ଜମିକୁ ହରିଲୁଟ ଉଦ୍ୟମ କରାଯାଇଥିବା ବେଳେ ମାନବାଧିକାର ଆୟୋଗ ଓ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଞ୍ଜୁରୀକୁ ସରକାରୀ ବାବୁଙ୍କ ବେଖାତିର କରାଯାଇଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ସରକାରୀ ଜମିର ପ୍ଲଟ ନଂ ୫୫୫୦, ୫୫୫୧,୫୫୫୩/୭୪୯୭ ର ୦.୩୧୭ ଏକର ଜମିରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ମାନବାଧିକାର ଆୟୋଗ ଓ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଞ୍ଜୁରୀ ଦେଇଛନ୍ତି ।

ତତ୍କାଳୀନ ପୌରପରିଷର ନିର୍ବାହୀ ଅଧିକାରୀ ଓ ତହସିଲଦାର ଜମିକୁ ତାରବାଡ଼ ଦେଇ ଘୋଡେଇ ରଖିଥିଲେ । ଏଥିପାଇଁ ୪୦ ଲକ୍ଷ ଟଙ୍କାର ଅନୁଦାନ ଵ୍ୟୟବରାଦ ମଧ୍ୟ କରାଯାଇଥିଲା । ଉତ୍ତରାଞ୍ଚଳ ରାଜସ୍ୱ  କମିଶନର ତତ୍କାଳୀନ ତହସିଲଦାରଙ୍କୁ ଜମିର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଥିଲେ ।

ବର୍ତ୍ତମାନ କେତେକ କୁଚକ୍ରୀ ବ୍ୟକ୍ତି ଓ ଠିକାଦାର ସରକାରୀ ଅଧିକାରୀ ଙ୍କ ସହାୟତାରେ ଉକ୍ତ ଜମି ଉପରେ ରାସ୍ତା ନିର୍ମାଣ କାର୍ଯ୍ୟ ଉଦ୍ୟମ କରିଛନ୍ତି ଏପରିକି ଶିଶୁ ଉଦ୍ୟାନ ନିମନ୍ତେ ଉଦିଷ୍ଟଥିବା ପତିତ କିଶମ ଜମିରେ ଘର ନିର୍ମାଣ କାର୍ଯ୍ୟ କରାଯାଇଛି ।

ଏହାକୁ ନେଇ ସ୍ଥାନୀୟ ଅଧିବାସୀ ବିରୋଧ କରିବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରଶାରଣ ହେଲାପରେ ତହସିଲଦାର ଓ ପୌରପରିଷଦ ନିର୍ବାହୀ ଅଧିକାରୀ ଉକ୍ତ ଅଞ୍ଚଳ ପ୍ରିଦର୍ଶନ କରି କାର୍ଯ୍ୟାନୁଷ୍ଠାନ ର ପ୍ରତିଶ୍ରୁତି ଦେଇଥିଲେ, ତେବେ ପ୍ରତିଶୃତି କେବଳ ପ୍ରତିଶୃତି ହୋଇରହିଗଲା । ସେଠାରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ଅନୁଯାୟୀ ଏକ ଘର ନିର୍ମାଣ କରାସରିଥିଲେ ବିଜୁ ପଟ୍ଟନାୟକ ପାର୍କର ବୋର୍ଡ କୁ କିଛି ମାଫିଆ ଫୋପାଡ଼ି ରାସ୍ତା ପାଇଁ ବ୍ୟବହାର କରି ସାରିଲେଣି ।

ତେବେ ପ୍ରଶ୍ନ ଉଠିଛି କାହା ସ୍ୱାର୍ଥ ପାଇଁ ଏସବୁ, କାହା ବଳରେ ଢେଙ୍କାନାଳର କିଛି ଜମିମାଫିଆ ବଳିୟାନ ସାଜିଛନ୍ତି , ଏନେଇ ସ୍ଥାନୀୟ ବାସୀଙ୍କ ମନରେ ଆକ୍ରୋସଭାବ ଦେଖାଦେଇଛି ।

new life
You might also like
error: Content is protected !!