ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ ପରିବାର ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଛାଟିଆ ଗ୍ରାମର ଆଲୋକ କବି ସତପଥି ଙ୍କ ପରିବାର ।
ଆଲୋକ କବି ସତପଥି ଓ ଚିନ୍ମୟୀ କବି ସତପଥି ଙ୍କ ଝିଅ ଆହ୍ୟାତା କବି ସତପଥି ଙ୍କ ୪ତମ ଜନ୍ମ ଦିବସ ଅବସରରେ ତାଙ୍କ ପରିବାର କରୋନା ଲକଡାଉନ ରେ ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କୁ ଚକଲେଟ କେକ୍ ଖୁଆଇବା ସହ ଦିନଟିଏ ପାଇଁ ହେଉ ପଛେ ଯେପରି ସମସ୍ତେ ପେଟପୁରା ଖାଇପାରିବେ ଏନେଇ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ସେ ।
କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ ଏହା ଥିଲା ତାଙ୍କ ପରିବାର ର ଚିନ୍ତାଧାରା ।