News
WhatsApp Image 2023-10-04 at 17.25.00
samparksetu

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପିର ଚିଠି ପ୍ରେରଣ

ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ ଙ୍କ ନେତୃତ୍ୱରେ ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ପଠାଯାଇଛି । ପରଜଙ୍ଗ ବ୍ଲକ ମୁଖ୍ୟ ଡାକ ଘର ର ପୋଷ୍ଟ ବାକ୍ସ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟ ରେ ଏକ ଚିଠି ପ୍ରେରଣ କରିଛନ୍ତି ।

ରାଜ୍ୟରେ ଦୈନିକ ୪ ଦୁଷ୍କର୍ମ , ୬ ଅପହରଣ ଏବଂ ୫ ବର୍ଷ ରେ ୨୭୦୦୦ ଶିଶୁ ନିଖୋଜ ହୋଇଛନ୍ତି , ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ୧୯୯୯ ମସିହାରେ ଅଞ୍ଜନା ଘଟଣାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ ଏବଂ ଇସ୍ତଫା ମାଗିଥିଲେ । ଏବେ ମମିତା ହତ୍ୟାକାଣ୍ଡ ରେ କିଏ ଦାୟୀ ଓ କାହାର ଇସ୍ତଫା ଦରକାର ବୋଲି ନବୀନ ବାବୁଙ୍କୁ ପ୍ରଶ୍ନ କରିଛନ୍ତି ।

ଅଞ୍ଜନା ମିଶ୍ର ସେତେବେଳ ର ଜାନକୀ ସରକାର ଓ ନବୀନ ସରକାର ମଧ୍ୟରେ କିଛି ଫରକ୍ ନାହିଁ ବୋଲି କହିବା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପାଟିରୁ କୌଣସି କଥା ନ ଫିଟିବା ବିଜେଡିର ଦୋମୁହାଁ ନୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ମୁଖ୍ୟମନ୍ତ୍ରୀ ଙ୍କ ପାଟି ରେ କିଏ ତାଲା ପକାଇଛି କାହିଁକି କଥା ବାହାରୁ ନାହିଁ , ସମଗ୍ର ରାଜ୍ୟରୁ ପୋଷ୍ଟ ଅଫିସ ଜରିଆରେ ଚିଠି ପଠାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ବିଜେପି ପର୍ଜଙ୍ଗ ମଣ୍ଡଳ ସଭାପତି ରମେଶ ସାହୁ , ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ସାହୁ , ଜିଲ୍ଲା ସମ୍ପାଦକ ଲୋକେଶ ଦଳବେହେରା , ରୁଦ୍ରନାରାୟଣ ଦଳବେହେରା , ଅବିନାଶ ବେହେରା , ବିଷ୍ଣୁ ରାଉତ , ପ୍ରଶନ୍ନ ରାଉତ , ଶୁଭମ ରାଉତ , ରାକେଶ ସାମଲ , ସୋମନାଥ ସାହୁ ଓ ଅନ୍ୟ ଯୁବ ନେତା ମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!