ସ୍ୱାମୀ ବିବେକାନନ୍ଦ ଙ୍କ ୧୫୯ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ, ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ, ଆଜି ପୂର୍ବାହ୍ନ ୧୦ ଘଟିକା ସମୟେ, ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ଶିବିରରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଅଶୋକ କୁମାର ଦାସ, ମୁଖ୍ୟ ଅତିଥି ଓ ପୌରଯନ୍ତ୍ରୀ ରଶ୍ମିତା ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗଦାନକରି, ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l
ରକ୍ତଦାନ ଶିବିର ରେ ଉପସ୍ଥିତ ଥିବା ଯୁବଗୋଷ୍ଟି ଓ ମହିଳା ମାନଙ୍କୁ ଜାତୀୟ ଯୁବ ଦିବସରେ ତାତ୍ପର୍ଯ୍ୟ ବୁଝାଇବା ସହ, ସ୍ଵାମୀ ବିବକାନନ୍ଦଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ଗଠନ ରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା ରେଡକ୍ରସ ଶାଖାର ଉପାଧକ୍ଷ ବିରଞ୍ଚି ନାରାୟଣ ପାଣି, ଜିଲ୍ଲା ରେଡକ୍ରସ ର ପାଟ୍ରୋନ ସଦସ୍ୟ ରୋଟରିଆନ ରାଜକିଶୋର ବେହେରା ଓ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ଅଧକ୍ଷ ଶିବପ୍ରସାଦ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରକ୍ତଦାତl ମାନଙ୍କୁ ଉତ୍ସାହିତ କରିଥିଲେ l
ଏହି ରକ୍ତଦାନ ଶିବିର କୁ ସାଇ ସତସଙ୍ଗ ସେବା ଟ୍ରଷ୍ଟର ଟ୍ରଷ୍ଟି – ଅମରେନ୍ଦ୍ର ଖୁଣ୍ଟିଆ ଓ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ l
ଜିଲ୍ଲା ରକ୍ତଭଣ୍ଡାର ର ଅଧିକାରୀ ଡ଼ା ଜୟ ନାରାୟଣ ପାଢ଼ୀ, ଟେକନିସିଆନ ପରମାନନ୍ଦ ପଣ୍ଡା, ବରୁଣ ସାହୁ ତପନ କୁମାର ଜେନା, ଅଜୟ ସ୍ୱାଇଁ , ଶୋଭାଗ୍ୟ ମିଶ୍ର ସହଯୋଗ କରିଥିଲେ l
ଏହି ଶିବିର ରେ ୧୧୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l