News
WhatsApp Image 2023-10-04 at 17.25.00
samparksetu

ଅବହେଳିତ ବାବା ବୁଦ୍ଧେଶ୍ୱର ଙ୍କ ପୀଠ

ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଭୁବନର ବୁଦ୍ଧେଶ୍ୱର ମନ୍ଦିର ଅନ୍ୟତମ । ଏଠାକାର ପରିବେଶ ବେଶ ମନୋରମ । ହେଲେ ଏଠାରେ ଥିବା ଜଳାଶୟ ଟି ଦଳ ଭର୍ତ୍ତି ହୋଇ ପଡିଛି । ଏନ.ଏ.ସି ପ୍ରଶାସନ ପକ୍ଷରୁ ଦଳ ସଫା ନିମନ୍ତେ ବ୍ୟବସ୍ଥା କରାଯାଉନଥିବାରୁ ହଜାରହଜାର ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିଚାଳନା କମିଟ ର ସହେଯାଗରେ ଦଳ ସଫା ପାଇଁ ଚେଷ୍ଠାକରିଛନ୍ତି ।

ହେଲେ ଏତେ ପରିମାଣର ଦଳକୁ ସଫା କରିବା ମନ୍ଦିର ପ୍ରଶାସନ ପକ୍ଷରେ ସମ୍ଭବ ହେଉନାହଁ । ମନ୍ଦିର ପରିବେଶ ର ଉନ୍ନତି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଉନୟନ କାର୍ଯ୍ୟ କରାଯାଇଛି । ଦୀର୍ଘ ବର୍ଷ ହେଲାଣି ସେଠାରେ ଶୈାଚାଳୟଟି ଉଦଘାଟିତ ହୋଇଛି , ହେଲେ ସଠିକ ଭାବରେ କାମରେ ଲାଗୁନଥିବା ଦେଖାଦେଇଛି । ସେହିପରି ପାର୍କ ନିର୍ମାଣ ନିମନ୍ତେ ୭୦ଲକ୍ଷ ଟଙ୍କା ଫେରିଯିବାକୁ ବସିଲାଣି । ତେବେ ଶୀତଳ ପରିବେଶ ଯୋଗୁ ବର୍ଷ ସାରା ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ସେହିପରି ବର୍ଷସାରା ୪୦୦ରୁ ଉର୍ଦ୍ଧ୍ବ ବିବାହ ଉତ୍ସବ ହୋଇଥାଏ ।

new life
You might also like
error: Content is protected !!