News
WhatsApp Image 2023-10-04 at 17.25.00
samparksetu

କୂଅ ଉଝାଳିବା ବେଳେ ଜଣଙ୍କର ଚାଲିଗଲା ଜୀବନ , ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମରେ ଆଜି ସକାଳେ ଉକ୍ତ ଗ୍ରାମର ଅଭିନ ମୁଦୁଲି (୪ଠ ) ଓ ହଟିଆ ମୁଦୁଲି (୩୫ ) ଏକ ଖୋଲା କୂଅରୁ ମାଟି ଉଝାଳିବା ପାଇଁ କୂଅ ଭିତରେ ପଶିଥିଲେ।

କିଛି ସମୟ ମାଟି ଖୋଳିବା ପରେ ୨ ଜଣ ଯାକ କୂଅ ଭିତରେ ଅଚେତ ହୋଇ ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ଅଭିନଙ୍କୁ ହିନ୍ଦୋଳ ଡାକ୍ତରଖାନା ଓ ହଟିଆଙ୍କୁ ରାସୋଳ ଡାକ୍ତରଖାନା ନେଇଥିଲେ। ଅଭିନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅପର ପକ୍ଷରେ ହଟିଆଙ୍କର ଚିକିତ୍ସା ଜାରି ରହିଛି।

new life
You might also like
error: Content is protected !!