News
WhatsApp Image 2023-10-04 at 17.25.00
samparksetu

ଫାଣ୍ଡି ଓ ବସଷ୍ଟପ୍ ନିର୍ମାଣ ପାଇଁ ଦାବି, ସୁରକ୍ଷା ବଦଳ ରେ ଗାଧୁଆକୁ ଗୁରୁତ୍ୱ !

ଢେଙ୍କାନାଳ ସହରର ଏକ ନମ୍ବର ୱାର୍ଡ ସ୍ଥିତ ଶ୍ୟାମାଚରଣପୁର ମୌଜାର ୭ ନମ୍ବର ପ୍ଳଟରେ ଥିବା ବାଇପାସ୍ ପୋଖରୀକୁ ପୋତାଯାଇ ଜାତୀୟ ରାଜପଥ ସଂପ୍ରସାରଣ ଲାଗି ଜନ ସାଧାରଣଙ୍କ ସୁବିଧା ନିମନ୍ତେ ସେଠାରେ ଓଭରବ୍ରିଜ୍ କାମ ଚାଲୁରହିଛି । ତେଣୁ ସେଠାରେ ଥିବା ଫାଣ୍ଡିକୁ ଦୀର୍ଘ ଦିନ ହେବ ହଟାଇ ଦିଆଯାଇଛି । ହେଲେ ସୁରକ୍ଷା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ବୋରାପଦା, ଆନନ୍ଦ ନଗର ଭଳି ସମ୍ପୃକ୍ତ ଅଞ୍ଚଳବାସୀ ସେହି ଫାଣ୍ଡି ଉପରେ ନିର୍ଭରଶୀଳ ।

ସେହିପରି ପରିବହନ ନେଇ ଅଞ୍ଚଳ ବାସୀ ବସ୍ ଯୋଗାଯୋଗ ନିମନ୍ତେ ସେଠାରେ ଏକ ବସଷ୍ଟପ ନିର୍ମାଣ ନିମନ୍ତେ ମଧ୍ୟ ଦାବି କରି ଆସିଛନ୍ତି ।

ଅନ୍ୟପଟେ ଜାତୀୟ ରାଜପଥ କଂଷ୍ଟ୍ରକ୍ସନ୍ କାର୍ଯ୍ୟ ଚାଲୁ ରହିଥିବା ବେଳେ ବଳିଥିବା ବଳକା ଜାଗାରେ ପୋଖରୀ ଖୋଳିବାକୁ ନେଇ ମାପ ଯୁପ ନେଇ ଅସନ୍ତୋଷ ଜାହିର କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ଜାଗାରେ କିଛି ଜବର ଦଖଲକାରୀ ଅଛନ୍ତି ସେମାନଙ୍କୁ ଉଚ୍ଛେଦ କରାଯାଇ ସମ୍ପୂର୍ଣ୍ଣ ଚିହ୍ନଟ କରାଯାଇ ସେଠାରେ ବସଷ୍ଟପ୍, ଫାଣ୍ଡି ଏବଂ ଖୋଲାରେ ଥିବା ଶନି ଓ ତାରେଣୀଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଜନସାଧାରଣଙ୍କ ଦାବି ରହିଆସିଛି । ତେବେ ଏଭଳି ଉନ୍ନତି ମୁଳକ ଏବଂ ଫାଣ୍ଡି ଓ ବସଷ୍ଟପ୍ ଭଳି ଅତ୍ୟାବଶ୍ୟକ ପୂରଣ ହେଉନଥିବା ବେଳେ ପୋଖରୀ ଖୋଳା ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

new life
You might also like
error: Content is protected !!