News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକ ରେ ଚାଲିଛି ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ନିର୍ମାଣ କରାଯାଇଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ କାମ ବିନା ସୂଚନା ଫଳକରେ ବନ ବିଭାଗ ଅଧିକାରୀ ଓ ଠିକା ଦାରଙ୍କ ମଧୁ ଚନ୍ଦ୍ରିରେ ଚାଲିଛି କାମ। ନିମ୍ନ ମାନର ଇଟା ସହିତ ନିମ୍ନ ମାନର ବାଲି

ଗଁଦିଆ ବ୍ଲକରେ ବିଦ୍ୟୁତ ସମସ୍ୟା , ଚାଲୁ ହେଉନି ନୂତନ ଗ୍ରୀଡ ସବଷ୍ଟେସନ

ଗଁଦିଆ ବ୍ଲକରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ଅନେକ ଦାବି ଓ ପ୍ରତିବାଦ ସତ୍ୱେ ବ୍ଲକ ବାସୀଙ୍କର ଆଶା ଆଶାରେ ରହିଗଲା । ବିଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ଅନୁଶୀଳନ ରୁ ଜଣାପଡେ ଏମିତି ଏକ ଦିନ ନାହିଁ ଯେଉଁଦିନ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇନାହିଁ । ପ୍ରତିଦିନ ଏଠାରେ ବିଦ୍ୟୁତ

ବିପଦକୁ ଡାକୁଛି ଅଙ୍ଗନବାଡି କେନ୍ଦ୍ର ନିକଟ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର

ଶକ୍ତିଶାଳୀ ବିଦ୍ୟୁତ ଟ୍ରାନ୍ସଫର୍ମର ଏବେ ଓଡାପଡା ଅଞ୍ଚଳରେ ବିଭନ୍ନ ଜାଗାରେ ମୁକୁଳା ହୋଇ ପଡିଛି l ସର୍ବସାଧାରଣଙ୍କ ପାଇଁ ବିପଦ ବଢ଼ାଉଛି, ହେଲେ ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ସୂଚନା ନାହିଁ, କେଉଁଠି ବିଦ୍ୟାଳୟ ପାଖରେ ତ କେଉଁଠି ଗୋର ଚରୁଥିବା ସ୍ଥାନରେ, ତ କେଉଁଠି କୁନି

ପାନୁଆଙ୍କୁ ରୋକିବାକୁ ଜଗନ୍ନାଥ ମୂର୍ତ୍ତିଙ୍କ ବ୍ୟବହାର,
ଅସନ୍ତୋଷ ଜାହିର କଲେ ଜଗନ୍ନାଥ ପ୍ରେମୀ

ସୂଚନା ଅନୁଯାୟୀ ଦୃଶ୍ୟ ଟି ହେଉଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଦୃଶ୍ୟ । ଅଫିସ କୁ ଆସୁଥିବା ବ୍ୟକ୍ତି ହୁଅନ୍ତୁ ବା ଅଫିସ କର୍ମଚାରୀ ଏକ କାଁଥ ରେ ପାନ ପିକ ପକାଇଥିବାରୁ ଏହା ଏକ ଅସ୍ବଛ ବାତାବରଣ ସୃଷ୍ଟି କରୁଥିଲା । ତେବେ ଏହାକୁ ରୋକିବାକୁ ସେଠାରେ ଜଗତର ନାଥ ଜଗନ୍ନାଥ ଙ୍କ

ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବି

ଗଁଦିଆ ବ୍ଲକର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାତ୍ର ଉପଯୋଗୀ କେନ୍ଦ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ ଏହି କେନ୍ଦ୍ରରେ ରହିଛି ଅନେକ ସମସ୍ୟା ,ଏଠାକାର ଜନସାଧାରଣ ଆଶା କରୁଥିବା ସେବା ସେମାନଙ୍କୁ ମିଳିପାରୁନାହିଁ । ୧୯୭୫--୭୬ମସିହାରେ ଏଠାରେ ପ୍ରଥମେ

ବିନା ସୂଚନା ଫଳକରେ ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ।

ଭଙ୍ଗା ଆଜବେଷ୍ଟ ତଳେ ଗଢ଼ା ଚାଳିଛି ପିଲାଙ୍କ ଭବିଷ୍ୟତ

ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରାପଦରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ନିର୍ମାଣ କରୁଛନ୍ତି ଛାତଘର । ହେଲେ ଏମିତି କିଛି ବିଦ୍ୟାଳୟ ରହିଛି ଯେଉଁଠି ଏବେ ବି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗାଘରେ ପାଠ ପଢ଼ୁଛନ୍ତି ।

ମୌଳିକ ସୁବିଧାରୁ ବଞ୍ଚିତ ୩୫ ପରିବାର

ସମସ୍ୟା ଭିତରେ ଭୁବନ ଏନଏସି ୨ନଂ ୱାର୍ଡ ନଟାକଟା ମୌଜାର ନୂଆ କୁର୍ମଦା ଗ୍ରାମ । ଏଠାରେ ବସବାସ କରୁଥିବା ୩୫ ପରିବାର ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ସମସ୍ତ ମୌଳିକ ସୁଵିଧାରୁ ବଞ୍ଚିତ ହୋଇଛନ୍ତି ଏବଂ କେବଳ କାଗଜକଲମରେ ଗାଁର ଉନ୍ନତି ସୀମିତ ହୋଇ ରହିଛି । ଏହି ଗାଁକୁ ପକ୍କା

ଗଛ ତଳେ ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଭଗବାନ

ଗଛ ତଳେ ଦଦରା କୁଡ଼ିଆ,ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ

ଜନଜୀବନ ଅସ୍ତବ୍ୟସ୍ତ କରୁଛି ରାଇସ ମିଲ୍

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଅଁସରଗୋଡା କଣ୍ଟାବଣି ବସ୍ତୀ ନିକଟରେ ଥିବା ରାଇସମିଲ୍ ଦିନକୁଦିନ ଜନ ଜୀବନ ଅସ୍ତ ବ୍ୟସ୍ତ କରିବାରେ ଲାଗିଛି I ମିଲ୍ ଚାଲୁଥିବା ସମୟରେ ମିଲରୁ ବାହାରିଥିବା ପାଉଁଶ ପାଚେରୀ ବାହାରେ ଗଦା ହୋଇଥିବାରୁ ସାମାନ୍ୟ ପବନରେ ଉଡି ବସ୍ତୀରେ ପଡୁଥିବା ଅଭିଯୋଗ
error: Content is protected !!