News
WhatsApp Image 2023-10-04 at 17.25.00
samparksetu

ଅଙ୍ଗନୱାଡ଼ି କେନ୍ଦ୍ର ରେ ଶିଶୁ ଦିବସ ପାଳିତ

କାମାକ୍ଷାନଗର ୨ନଂ ୱାର୍ଡ ମଢିସାହି ଅଙ୍ଗନୱାଡ଼ି କେନ୍ଦ୍ର ରେ ରୁନୁବାଳା ସାହୁ ଙ୍କ ଅଧ୍ୟକ୍ଷତା ରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପନଗରପାଳ ଶକୁନ୍ତଳା ସେଠୀ ଯୋଗ ଦେଇଥିଲେ।

ସର୍ବପ୍ରଥମେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ , ତାପରେ ଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା। ଉପନଗରପାଳ ଶକୁନ୍ତଳା ସେଠୀ ଛୋଟ ଛୋଟ ଶିଶୁ ମାନଙ୍କ ଭିତରେ ଜାତୀୟତା ଭାବ, ସେବା ମନଭାବ ଇତ୍ୟାଦି କୁ ଜୀବନ ରେ ପରି ପାଳନ କରି କିପରି ଦେଶ ର ସୁନାଗରିକ ହେବେ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ।

ତାସହ ଅଙ୍ଗନୱାଡ଼ି ର ସମସ୍ତ ଶିଶୁ ମାନଙ୍କୁ ନୂତନ ପୋଷାକ ବଣ୍ଟନ କରିଥିଲେ। ଶେଷ ରେ ଶିଶୁ ମାନଙ୍କ ଭିତରେ ଗୋଷ୍ଟି ନୃତ୍ୟ ଅନୁଷ୍ଠିତ ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମ କୁ ଅଙ୍ଗନୱାଡ଼ି ଦିଦି ରୁନୁବାଳା ସାହୁ ସୂଚାରୁ ରୁପେ ପରିଚାଳନା କରିଥିବା ବେଳେ ସୁପଭାଇଜର ପ୍ରତିମା ଖଟୁଆ ସହଯୋଗ କରିଥିଲେ।

new life
You might also like
error: Content is protected !!