News
WhatsApp Image 2023-10-04 at 17.25.00
samparksetu

ପୋଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ ; ପୋଲିସ କୁ ୬ ଘଣ୍ଟା ଅଟକ !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ପାନୀୟଜଳ ସମସ୍ଯାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଏପରିକି ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟର ଙ୍କୁ ମାଡମଧ୍ଯ ମାରିବା ଘଟଣାରେ ପୋଲିସ ର ଟାଳଟୁଳ ନୀତିକୁ ବିରୋଧ କରି ଗ୍ରାମବାସୀ ପୋଲିସ ଭ୍ଯାନ ସହ ପୋଲିସ ଅଧିକାରୀଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଘେରାଉ କରି ରଖିଥିଲେ ।

ଓଡାପଡା ବ୍ଳକ ଇନ୍ଦିପୁର ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟଜଳ ସଙ୍କଟ ଲାଗିରହିଛି ।ପାଣି ଯୋଗାଣ ପାଇଁ ପମ୍ପ ଅପରେଟର ଙ୍କ ମନମୂଖୀ କାର୍ଯ୍ଯ ପାଇଁ ଅସନ୍ତୋଷ ଦେଖାଦେଇଥିଲା ।ଇନ୍ଦିପୁର ଗ୍ରାମବାସୀଙ୍କ ପାଇପଲାଇନ ରେ ପାଣି ଯୋଗାଇ ଦେବାକୁ ନେଇ ବିବାଦରୁ ପମ୍ପ ଅପରେଟର ଦିବାକର ସାହୁ ଙ୍କୁ ନୂଆ ସାହିର ୩ଜଣ ଯୁବକ ମାଡ ମାରିବା ଘଟଣା ଜଟିଳ ରୂପ ନେଇଛି ।

ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ପୋଲିସ ଟାଳଟୁଳ ନୀତିକୁ ଅବଲମ୍ବନ କରି ଉତ୍ତେଜନାପୂର୍ଣ୍ଣ ପ୍ରକାଶ ପାଇଥିଲା ।ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ସବିତା ପାତ୍ର ପୋଲିସ କର୍ମଚାରୀଙ୍କ ସହ ପୋଲିସ ଭ୍ଯାନ କୁ ଗ୍ରାମବାସୀ ଘେରାଉ କରି ରଖିଥିଲେ ।

ଏହାପରେ ଗ୍ରାମର ଉଭୟ ପାର୍ଶ୍ବରେ ଉତ୍ଯକ୍ତ ମହିଳା ଓ ପୁରୁଷ ପଥର ବାନ୍ଧି ସିଲ କରିଦେଇଥିଲେ ।ପରେ ଗ୍ରା,ହାଣ୍ଡି, ମାଠିଆ ଆଦି ଚାରିପାର୍ଶ୍ବରେ ରଖି ପୋଲିସ କୁ ଆୟତ କରି ରଖିଥିଲେ ।ଇନ୍ଦିପୁର ଗ୍ରାମରେ ପାନୀୟଜଳ ଯୋଗାଣର ପମ୍ପ ଅପରେଟର ଦିବାକର ସାହୁଙ୍କୁ ନୂଆ ସାହିର ୩ ଜଣ ଯୁବକ ମାଡ ମାରିଥିବାର ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଗ୍ରାମ ସଭାରେ କଥା ପଡିବାରୁ ଗ୍ରାମବାସୀ ଏକତ୍ରୀତ ହୋଇ ଅଭିଯୁକ୍ତ ମାନଙ୍କୁ ଗ୍ରାମ ସଭାକୁ ଡାକିବା ପାଇଁ ପ୍ରସ୍ତୁତ ହେଇଥିଲେ ।ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବା ବଦଳରେ ସୁରକ୍ଷା ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।ପରେ ସଦରଥାନା ଅଧିକାରୀ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବାର ପ୍ରତିଶୃତି ଦେବା ପରେ ଉତ୍ତେଜନା ହ୍ରାସ ପାଇଥିଲା ।

new life
You might also like
error: Content is protected !!