News
WhatsApp Image 2023-10-04 at 17.25.00
samparksetu

କରୋନା କଟକଣାକୁ ବର୍ଷେ, ଆଜିର ଦିନରେ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୧୩ ୨୦୨୦, ବର୍ଷେ ତଳେ ଠିକ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଅନ୍ୟ ରାଜ୍ୟ ଏହି ଭୟାବହତାକୁ ବୁଝିବା ପୂର୍ବରୁ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ ।

ଆଜିର ଦିନରେ ରାଜ୍ୟର ସମସ୍ତ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ତଥା ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ ରାଜ୍ୟ ସରକାର, ପରେ ପରେ ଆରମ୍ଭ ହୋଇଥିଲା ଲକଡାଉନ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲକଡାଉନ୍ ଘୋଷଣା ହୋଇଥିଲା ।

ସେହିପରି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ତତ୍ପରତା ଦେଖାଇଥିଲେ । ଆରମ୍ଭ ହୋଇଥିଲା କଣ୍ଟେନମେନ୍ଟ ଯୋନ ଘୋଷଣା । ସୁରକ୍ଷା ନିମନ୍ତେ  ଜିଲ୍ଲାରେ ଥିବା ଜନ ଗହଳି ପୂର୍ଣ୍ଣସ୍ଥାନ ଗୁଡିକରେ ଆରମ୍ଭ ହୋଇଥିଲା ରୋକ ଲଗାଇବା । ସିନେମାହଲ, ମାର୍କେଟ କମ୍ପ୍ଲେକ୍ସ, ସପିଙ୍ଗମଲ ଏବଂ ଜିମ ପ୍ରବୃତ୍ତି ସ୍ଥାନ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଯାହାକୁ ଅନ୍ୟ ଜିଲ୍ଲା ମଧ୍ୟ ଅନୁସରଣ କରିଥିଲେ । ସେହି ପରି ଲକଡାଉନ୍ କାଳରେ ସାଧାରଣ ପରିବହନ ସେବା,ଦୋକାନ ବଜାର,ଅଫିସ,କାରଖାନା ବନ୍ଦ ରହିଥିଲା ।

ରାଜ୍ୟ ସରକାରଙ୍କ ସହ ତାଳ ମିଳାଇ କରୋନା ବିରୋଧରେ ପ୍ରୋଆକ୍ଟିଭ ଥିଲେ  ଜିଲ୍ଲା ପ୍ରଶାସନ । ମାର୍ଚ୍ଚ ଆରମ୍ଭରୁ ହିଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା ।  ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରେଗୁଲେସନରେ ଜଣାଯାଇଥିଲା ।

ପ୍ରକୋପ କମିଲା ଖୋଲିଲା ଦୋକାନ ବଜାର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାବାସୀଙ୍କ ଉଦ୍ୟମରେ ଗଠନ ହେଲା ସୁସ୍ଥ ଢେଙ୍କାନାଳ ମାସ୍କ ଏବଂ ସାମାଜିକ ଦୁରତାକୁ ପ୍ରାଧାନ୍ୟ ଦିଆଗଲା ।

ପ୍ରକୋପ କମିଛି ସତ ହେଲେ ନିଜ ସୁରକ୍ଷା ନିଜ ହାତରେ, କୋଭିଡ୍ ନିୟମ ମାନନ୍ତୁ ନିଜେ ସୁସ୍ଥ ରୁହନ୍ତୁ ଅନ୍ୟକୁ ସୁରକ୍ଷା ଦିଅନ୍ତୁ ।

new life
You might also like
error: Content is protected !!