News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୬। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୧୩୧ ଓ ଡାକ୍ତରଖାନାର ୧୫ ଜଣ।

ଏହି ସୂଚନା ଆଧାରରେ ଜିଲ୍ଲାର ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର। ଏଠାରୁ ୨୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଦ୍ବିତୀୟ ସର୍ବାଧିକ ହିନ୍ଦୋଳ ବ୍ଲକରୁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ବ୍ଲକରୁ ୨୩, ଢେଙ୍କାନାଳ ମୁନିସିପାଲିଟରୁ ୨୧, ଓଡ଼ାପଡ଼ା ବ୍ଲକର ୧୬, ପର୍ଜଙ୍ଗ ବ୍ଲକର ୧୪, କାମାକ୍ଷାନଗର ବ୍ଲକର ଓ ସଦର ବ୍ଲକର ୧୩ ଜଣ ଲେଖାଏଁ, ଭୁବନ ବ୍ଲକର ୯, ଗଁଦିଆ ବ୍ଲକର ୮ ଓ କଙ୍କଡ଼ାହାଡ଼ ବ୍ଲକର ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କାମାକ୍ଷାନଗର ଏନଏସିର ବଡ଼ ଇନ୍ଦିପୁର, କାମାକ୍ଷାନଗର ର ୪ ଜଣ ଲେଖାଏଁ, ଆଳୁତମା, ଶଙ୍କରପୁର ର ୩ ଜଣ ଲେଖାଏଁ, ନୂଆ ଅରୁଣିମା, ମୁଣ୍ଡିଦେଉଳୀ, କୋର୍ଟ କର୍ମଚାରୀ ଦୁଇ ଜଣ ଲେଖାଏଁ ଓ

ରେକୁଳା, ବ୍ଲକ କଲୋନୀ, ଇନ୍ଦିପୁର, ଜିରିଡାମାଳୀ, ୧୬ ନମ୍ବର ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକର ଦୁଲଭପୁର, ଗୁଳେହୀ, ଝାରବେଡା, ବାଲିମୀ, ମାଡୁଆ କାରନ୍ଦା, ଦୁଦୁରକୋଟ, ମରଦରାଜପୁର, ଧୁଣ୍ଡିନାଳୀ, ମଙ୍ଗଳପୁର, କଂସା, ସୁନ୍ଦରପାଳ, ବାଙ୍କିଡି, ବରହମପୁର, ରଞ୍ଜାଗୋଳ ଅଞ୍ଚଳର ଜଣେ ଲେଖାଏଁ, ସରଧାପୁର, କଡଲା, ନୂଆବଗର ଦୁଇ ଜଣ ଲେଖାଏଁ ଓ ନୂଆପଟନାର ତିନି ଜଣ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଖମାର ସାହି, ସିମିଳିଆ, ବାଜିଚୌକ, ରାଧାକୃଷ୍ଣ ବଜାର, କଣ୍ଟା ନାଳୀ, ଡିଏଚଏଚ, ସିନର୍ଜି, ମହିଷାପାଟ, ରିଜର୍ଭ ପୁଲିସ ଲାଇନ, ଗଣେଶ ବଜାର, ଦୁର୍ଗା ବଜାର, ହାଟ ରୋଡ ଜଣେ ଲେଖାଏଁ, କାଞ୍ଚନ ବଜାର, ଜୁବୁଲି ଟାଉନ, ଗୁଡିଆନାଳୀର ଦୁଇ ଜଣ ଲେଖାଏଁ ଓ ଦକ୍ଷିଣ କାଳୀ ର ୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ପଞ୍ଚୁପଟି, ହିନ୍ଦୋଳ ରୋଡ, ସଦାଶିବପୁର, ହରିପୁର, ମାଳିବିଡୋ, ବାଙ୍ଗୁରସିଙ୍ଗ, କୁଶପଙ୍ଗା, ଖଡଗପ୍ରସାଦ, କୋରିଆଁ, ଗୁଣ୍ଡିଚା ପଡା, ଓଡ଼ାପଡ଼ା ର ଜଣେ ଲେଖାଏଁ, ସାଇଁବିରିର ଦୁଇ ଓ ସିମିନଇର ତିନି ଜଣ ସଂକ୍ରମିତ ହୋଇଛନ୍ତି।

ପର୍ଜଙ୍ଗ ବ୍ଲକର ଗେଙ୍ଗୁଟିଆ, ବାସୁଳେଇର ପାଞ୍ଚ ଜଣ ଲେଖାଏଁ ଓ ପର୍ଜଙ୍ଗ, କଙ୍କାଳୁ, ଚାନ୍ଦପୁର, ଓଡସିଙ୍ଗାର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

କାମାକ୍ଷାନଗର ବ୍ଲକର କନ୍ତିଓପୁଟସାହିର ତିନି ଜଣ, କାନପୁରାର ଦୁଇ ଜଣ ଓ ବାରିହାପୁର, ଗୋଦରବିଲି, କଣ୍ଟାପାଳ, ଯୋଗିଡିହି, କୋଟଗରା, ତୁମୁଁସିଙ୍ଗା, କନ୍ଧବୋଳ, ଆଲୁଅଝରଣର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ସଦର ବ୍ଲକ ର ତାଳବରକୋଟର ଦୁଇ ଜଣ ଓ ନଡିଆଳି, ନୂଆଗାଁ, କାଇମାଟି, ଦାମୋଦରନାଳୀ, ଦୁର୍ଗାପୁର, ଚାଉଳିଆ, ସଂସାଇଲୋ, ବଳଭଦ୍ର ପୁର, ବରଦା, ବାଲିଖୁମା, ଧିରପାଟନାର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ଭୁବନ ବ୍ଲକର ବାଲାଜୀ କ୍ଯାମ୍ପର ଦୁଇ ଜଣ ଓ କାଇଁସିରି, ଭୁବନ, ସରଦେଇପୁର, ଶ୍ରଦ୍ଧାପୁର, ବାଲିବୋ, ମୃଦଙ୍ଗାର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକର ଛାଟିଆ, ଚିତଲପୁର, କେନ୍ଦୁଢିପ, ବାଇସିଙ୍ଗା, ସନ୍ଥସରା, ଦେଓଗାଁ, ଚିରୁଳେଇ, କରଡାବଣିର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।କଙ୍କଡ଼ାହାଡ଼ ବ୍ଲକର ବାଟଗାଁର ତିନି ଜଣ ଓ କଙ୍କଡ଼ାହାଡ଼ର ଜଣେ ଅଛନ୍ତି।

ଚିକିତ୍ସିତ ହେଉଥିବା ଜଣେ ଷାଠିଏ ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି।

୯୯୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି ।

new life
You might also like
error: Content is protected !!