News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ନୂତନ ୧୫୩ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୭୩୨ ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲାରୁ ୧୫୩ ଜଣ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରକାଶ କରିଛି।

୧୩୦ ଜଣ ଘରୋଇ ସଂଙ୍ଗରୋଧରୁ ଓ ବାକି ୨୩ ଜଣ ଡାକ୍ତରଖାନାରୁ ଚିହ୍ନଟ କରାଯାଇଛି।

ସଦର ବ୍ଳକ୍ ସଂସାଇଲୋ ଗ୍ରାମକୁ ଆଜିଠାରୁ ୧୯ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ସଦର ବ୍ଲକର ସଂସାଇଲୋ ୧୪, ଗୋବିନ୍ଦପୁର, ଡାହିମାଳ, ମଙ୍ଗଳପୁର, ତରଭା ଗାଁ ର ୨ ଜଣ ଲେଖାଏଁ ଓ ସରଦେଇପୁର, ଗେଙ୍ଗୁଟିଆ, କାଙ୍କଡପାଳ, ଭାଗିରଥିପୁର, ବିମ୍ବୋଳ, କାମଧେନୁକୋଟ, ମଙ୍ଗଳପୁର, ଜହ୍ନିତୈଳା, ବେଲଟିକିରି, ନାଗିଆପଶି, ତାଳବରକୋଟ, ଦୁଦୁକାଟେଣୀ, ବୃନ୍ଦାବନପୁର, ରେଗେଡା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ କରାଯାଇଛି।

ଢେଙ୍କାନାଳ ମୁନିସିପାଲଟି ହାଉସିଂବୋର୍ଡ ୯, ବନମାଳୀ ପ୍ରସାଦ ୪, ଗଣେଶ ବଜାର, ହାଟରୋଡ, ଗୁଡିଆନାଳି, ଶ୍ଯାମାଚରଣପୁର, କାଞ୍ଚନ ବଜାର ୨ ଜଣ ଲେଖାଏଁ ଓ ଜୁବୁଲି ଟାଉନ, ମାଣ୍ଡପା ସାହି, ବାଜିଚୌକ, ଗାନ୍ଧୀ ମନ୍ଦିର ରୋଡ଼, ଦୁର୍ଗା ବଜାର, ଜବାହରଚୌକ, ମହିଷାପାଟ, ଭଗବାନ ପୁର, ଦେଉଳ ସାହି, ଭାଗିରଥି ବିହାର, ଖମାରସାହି ର ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକର ଅଁଳାବେରେଣୀରୁ ୮, ବାଇସିଙ୍ଗା ୩, ଦଧିଖାଇ, କନ୍ତାରୀପାଟ, କନ୍ତିଓପୁଟସାହି ର ୨ ଜଣ ଲେଖାଏଁ ଓ ତୁମୁଁସିଙ୍ଗା, କନ୍ତିଓକାଟେଣୀ, ଆମ୍ବଖୋଲକାଟେଣୀ, ତାଳଗୋରଡ, ବାଇସିଙ୍ଗା ସୋଗର, ଖଟୁଆହତା, ରାୟନୃସିଂହପୁର, ମହୁଲି, ବିଜାଡିହି, ନୀଳମାଧବପୁର, ଖଟଖୁରା ଗାଁ ର ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର କାଠପାଳ ୨, କଙ୍କଣା, କରଗୋଳା, ବାଟଗାଁ, ମହାବିରୋଡ, ରହଣୀ, କଇରାଟାଙ୍ଗର, ପାଟବେଢା, ଖଜୁରିଆ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଭୁବନ ବ୍ଲକର ଜିରାଳ ୨, କୋଟେ ଭୁବନ, ବାଲିପଡା, କହ୍ନେଇପାଳ, ବାଲିବୋ, କଇଥରଗଡା, ମଠକରୋଗଳାର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକର କାରନ୍ଦା ୨, ବେଡାପଡା, ନିମବାହାଳୀ, ପଞ୍ଚୁପଡା, ଗଣ୍ଡାନାଳୀ, ରାସୋଳ, ବମ୍ପା ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ଡଙ୍ଗବୋରେଇ, କାଶିଆଡିହି, ହରିପୁର, ଗୋବିନ୍ଦପ୍ରସାଦ, ସଦର ଥାନା, ଶିବପୁର ଓ ମେରା ମଣ୍ଡଳୀ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ଏନଏସିର ଜିରିଡାମାଳି ୩, କାମାକ୍ଷାନଗର ୨ ଓ ରେକୁଳା, ମୁଣ୍ଡିଦେଉଳୀର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ଗଁଦିଆ ବ୍ଲକର ପିଙ୍ଗୁଆ ୨, ମହାପଦା, ବାଇସିଆଁ, ଆରୁହାଁର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି

ପର୍ଜଙ୍ଗ ବ୍ଲକର ପର୍ଜଙ୍ଗ, ଆମ୍ବପଳାସ ଓ କଙ୍କଡାସୋଡାର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ହିନ୍ଦୋଳ ଏନଏସିର ୨ ଜଣ ସଂକ୍ରମିତ ହୋଇଛନ୍ତି।

ଚିକିତ୍ସିତ ମଧ୍ୟରୁ ୧୬୩ ଜଣ ସୁସ୍ଥ ହୋଇ ଥିବା ବେଳେ ୧୭୩୬ ଜଣ ଚିକିତ୍ସିତ ହେଉଛନ୍ତି, ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି ।

new life
You might also like
error: Content is protected !!