News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୮୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଁଞ୍ଚି ଅଛି। ଲୋକ ଦୁଇ ଶହ ପ୍ରତିଶତ ହାରରେ ସଂକ୍ରମଣ ଶିକାର ହେଉଥିବା ରେକର୍ଡ କରାଯାଇଛି। ଗତକାଲି ଶେଷ ସୁଦ୍ଧା ଚାରି ପାଞ୍ଚଟି ଜିଲ୍ଲାକୁ ଛାଡ଼ି ଦେଲେ ପ୍ରାୟ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି। ଆଜି ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି।

ପୂର୍ବ ଦିନ ୪୨ ଜଣ ଚିହ୍ନଟ ହୋଇଥିଲା ବେଳେ ଆଜି ଏହି ସଂଖ୍ୟା ୮୬ ହୋଇଛି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୭୦ ଜଣ ଓ ଅନ୍ୟ ୧୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ ଢେଙ୍କାନାଳ ମୁନିସିପାଲିଟିରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି। ଟାଉନପ୍ଲାନିଙ୍ଗ, ହାଉସିଂବୋର୍ଡ, ସିନର୍ଜି କଲେଜରୁ ତିନି ଜଣ ଲେଖାଏଁ, ଷ୍ଟେସନ ବଜାର, ତାରେଣୀ ନଗର, ଜୁବୁଲି ଟାଉନରୁ ଦୁଇ ଜଣ ଲେଖାଏଁ ଓ ଦକ୍ଷିଣ କାଳୀ, ପଧାନ ସାହି, ଦୋଳ ମଣ୍ଡପ ସାହି, ମୀନା ବଜାର, ଏଲଆଇସି ଲେନରୁ ଜଣେ ଲେଖାଏଁ ମୋଟ ୨୦ ଜଣାପଡିଛି।

ତେବେ ଢେଙ୍କାନାଳ ସଦର ବ୍ଲକର ବଣସିଂ, ସାରିଅ, ଛଣବୋଲୁଅ, ରଞ୍ଜା ଓ ତେନ୍ତୁଳିପାଟଣା ରୁ ଜଣେ ଲେଖାଏଁ ସଂକ୍ରମଣ ହୋଇଛନ୍ତି।

ତାଲିକାରେ ଦ୍ବିତୀୟ ସ୍ଥାନରେ ହିନ୍ଦୋଳ ବ୍ଲକ ରହିଛି। ଏଠାରୁ ୧୭ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଧୁଣ୍ଡିନାଳୀ ତିନି, ବ୍ରାହ୍ମଣୀପାଳ ଦୁଇ ଓ ବହଣ୍ଡେଇ, କାରନ୍ଦା, କୁକୁଟା, କୁରୁମିଠା, କଲଣ୍ଡା, ଦୁଦୁରୁକୋଟ, ବରଗଜା, କୃଷ୍ଣଚନ୍ଦ୍ର ପୁର, ବାହାଲୁଣ୍ଡା, ଭକ୍ତପୁର, ବାବନ୍ଧ, ରାସୋଳରୁ ଜଣେ ଲେଖାଏଁ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଛଡ଼ା ହିନ୍ଦୋଳ ଏନଏସିର ଦୁଇ ଜଣ ସଂକ୍ରମଣ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ଶଙ୍କରପ୍ରତାପପୁରରୁ ଛଅ ଜଣ ଓ ଗୁଣ୍ଡିଚାପଡା, କାଣ୍ଡବିନ୍ଧା, ହରିପୁର, ଖୁଣ୍ଟଝରି, ସୁରଭି ଗାଁ ର ଜଣେ ଲେଖାଏଁ ମୋଟ ୧୧ ଜଣ ଚିହ୍ନଟ ହୋଇଛନ୍ତି।
କାମାକ୍ଷାନଗର ବ୍ଲକ କୋଟଗରାରୁ ଦୁଇ ଜଣ ହୋଇଥିଲା ବେଳେ ବାରୁଆଁ, ଗୋଦୁରବିଲ, ବାରିହାପୁର, ଭାଗିରଥୀ ପୁର ଓ କୁସିଆ ଗାଁ ରୁ ଜଣେ ଲେଖାଏଁ ମୋଟ ସାତ ଜଣ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି।

ସେହିପରି ଭୁବନ ବ୍ଲକର ଜିରାଳ, କୁନିଦା, ଏକତାଳି, ଗୋଡା, କୃଷ୍ଣପୁର, ବାରୁଆଁ ଓ ଯମୁନାକୋଟରୁ ଜଣେ ଲେଖାଏଁ ମୋଟ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଛଡ଼ା ଭୁବନ ଏନଏସି ମଧ୍ୟରୁ ତିନି ଜଣଙ୍କୁ ସଂକ୍ରମଣ ହୋଇଛି।
ଗଁଦିଆ ବ୍ଲକର ନିହଲପ୍ରସାଦ, ଖଙ୍କର, ଦଧିସିଙ୍ଗା, କାଙ୍କଲୁଣ୍ଡା, ମହିମା ଗାଦି ଅଞ୍ଚଳର ଜଣେ ଲେଖାଏଁ ମୋଟ ପାଞ୍ଚ ଜଣ ସଂକ୍ରମିତ ରହିଛନ୍ତି।

କଙ୍କଡ଼ାହାଡ଼ ବ୍ଲକର କାଠପାଳ, ମକୁଆକାଟେଣୀ, ଖଜୁରିଆ, କୁଇ, ରହନି ଗାଁ ର ଜଣେ ଲେଖାଏଁ ମୋଟ ପାଞ୍ଚ ଜଣଙ୍କୁ କରୋନା ଆକ୍ରାନ୍ତ କରିଛି।ପର୍ଜଙ୍ଗ ବ୍ଲକର କୁମୁସି ଓ ବାଇଗିଣିଆରୁ ଦୁଇ ଜଣ ସଂକ୍ରମଣ ହୋଇଛନ୍ତି।

ମୋଟ ୮୬ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ତଥ୍ୟ ହସ୍ତଗତ ହୋଇ ପାରି ନାହିଁ। ଗତକାଲି ସୁଦ୍ଧା ଜିଲ୍ଲାର ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୨୯୫ ଓ ସୁସ୍ଥ ହୋଇଛନ୍ତି ୬ ଜଣ।

ସଚେତନ ଗଣମାଧ୍ୟମ ହିସାବରେ ଆମେ ଜିଲ୍ଲାବାସୀଙ୍କୁ ନିରାମୟ ଓ ସୁରକ୍ଷିତ ଜୀବନ ପାଇଁ ସର୍ବଦା ଚେଷ୍ଟିତ। ଏଥିପାଇଁ ଆପଣ ସମସ୍ତଙ୍କ ସାହାଯ୍ୟ ଓ ସହାୟତାରେ ଏହା ସମ୍ଭବ। ନିଜେ ସଚେତନ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ।

new life
You might also like
error: Content is protected !!