News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୮ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ପାର ହୋଇଛି। ତିରିଶ ଜିଲ୍ଲାରୁ ପଚିଶ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ପୂର୍ବ ପରି ଗମ୍ଭୀର ଅଛି। ଏହି ଦୁଇ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ହଜାର ପାର। ବାକି ପାଞ୍ଚ ଜିଲ୍ଲାର ଏହି ସଂଖ୍ୟା ଦୁଇ ଅଙ୍କ ମଧ୍ୟରେ ରହିଛି। ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ପରି ଦୁଇ ଅଙ୍କରେ ସୀମିତ ରହିଛି।

ଆଜି ଜିଲ୍ଲାରେ ନୂତନ ଆକ୍ରାନ୍ତ ଙ୍କ ସଂଖ୍ୟା ୮୮ । ତେବେ ଏହି ସଂଖ୍ୟା ଆଗାମୀ ଦିନରେ ଦୁଇ ଦିନ ପରେ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୮୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ବ୍ଲକରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି। ବ୍ଲକର କଦଳୀପାଳ, ଚିତଲପୁର, ଦୁଦୁରୋକୋଟ, ଗୋବିନ୍ଦବେରେଣୀ, ରାସୋଳ, ମହାଲୁଣ୍ଡା, ନିମବାହାଳୀ, କନ୍ତାମିଲା, ବ୍ରଜନାଥପୁର ର ଜଣେ ଲେଖାଏଁ ହୋଇଥିଲା ବେଳେ ଭକ୍ତପୁରର ୩ ଜଣ ଓ ନୂଆବଗ ର ୨ ଜଣଙ୍କୁ ମିଶାଇ ମୋଟ ୧୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ନୂଆପାଟନାର ଦୁଇ ଜଣ, ଚମ୍ପତିସାହି ଓ ପୁରୁଷୋତ୍ତମପୁର ର ଜଣେ ଲେଖାଏଁ ମୋଟ ୪ ଜଣ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଲକ୍ଷ୍ମୀ ବଜାର, ବାଜିଚୌକ, ମହିଷାପାଟ, ଗଣେଶବଜାର, ଦେଉଳସାହି, ଟାଉନପ୍ଲାନିଙ୍ଗ, ବନମାଳୀ ପ୍ରସାଦ ଅଞ୍ଚଳର ଜଣେ ଲେଖାଏଁ, କୁଞ୍ଜକାନ୍ତର ଦୁଇ ଜଣ ଓ ଶାମାଚରଣପୁରର ତିନି ଜଣଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ରହିଛି।

ସଦର ବ୍ଲକର ଗହମଖୁଣ୍ଟି, ନାଗିଆପଶି, ହରିଡାପଶିର ଜଣେ ଲେଖାଏଁ, ଦାମୋଦରନାଳୀର ଦୁଇ ଓ କାଇମାଟିର ଚାରି ଜଣ ମୋଟ ୯ ଜଣ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ଚିନ୍ତା ପୋଖରୀ, ପୋଡାପଡା, ଚାଇଁପୁର, ସଦାଶିବ ପୁର, ବଉଳପୁର, ଇନ୍ଦିପୁର, ମହିଧରପୁର, କାଶିଆଡିହି, ଏକଘରିଆ ର ଜଣେ ଲେଖାଏଁ ହୋଇଥିଲା ବେଳେ ଉପରବାଘଲୁଣ୍ଡାରୁ ତିନି ଜଣ ସଂକ୍ରମିତଙ୍କ ଚିହ୍ନଟ ହୋଇଛି।

କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ, ଅଁଳାବେରେଣୀ, ଟାଙ୍ଗର, ଅନନ୍ତପୁର ଅଞ୍ଚଳର ଦୁଇ ଜଣ ଲେଖାଏଁ ଓ ଗାଙ୍ଗିଯୋଡି, ମହୁଲି, ଖଟଖୁରାର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ବ୍ଲକର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ରହିଛି। କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ପର୍ଜଙ୍ଗ ବ୍ଲକର ପଥରଖମ୍ବରୁ ଦୁଇ ଜଣ ଓ କଟାବାହାଳ, ବସୋଇ, ଲୋଧଣୀ, ମୁକ୍ତାପଶିର ଜଣେ ଲେଖାଏଁ ମୋଟ ଛଅ ଜଣ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି।

ଗଁଦିଆ ବ୍ଲକର ବିରିଖୁଣ୍ଟି, ଗୋପାଳପୁର, କରଡାବଣି, ନବକିଶୋର ପୁର ଓ ପିଙ୍ଗୁଆରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର ମହାବିରୋଡ, ଖଜୁରିଆ, ନୀଳତୈଳା ଓ କଙ୍କଡ଼ାହାଡ଼ ରୁ ଜଣେ ଲେଖାଏଁ ମୋଟ ଚାରି ଜଣ ଆକ୍ରାନ୍ତ ହୋଇଛନ୍ତି।

ଭୁବନ ବ୍ଲକର କହ୍ନେଇପାଳ ଓ ବାରୁଆଁ ନୂଆସାହି ରୁ ଦୁଇ ଜଣ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି। ଏହା ଛଡ଼ା ଭୁବନ ଏନଏସି ର ମଧ୍ୟ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି।

ଜିଲ୍ଲାର ସକ୍ରିୟ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯୧ ଓ ୨୦ ଜଣ ସୁସ୍ଥ ହୋଇଛନ୍ତି।

ଘରୋଇ ସଂଙ୍ଗରୋଧରେ ରହୁଥିବା ବ୍ଯକ୍ତିଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଅଭାବ ରହିଥିବା କାରଣରୁ ଏହି ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଜିଲ୍ଲାର ସମସ୍ତ ନାଗରିକ ସଚେତନ ରହିବା ସହ ଏପରି ସମୟରେ ସଂକ୍ରମିତଙ୍କୁ କଟକଣା ମାନି ସହାୟତା ଯୋଗାଇ ଦେବାକୁ ଅନୁରୋଧ।

new life
You might also like
error: Content is protected !!