News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଆଉ ୧୬୨ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୧୫୧ ଓ ଡାକ୍ତରଖାନାରୁ ୧୧।

ହିନ୍ଦୋଳ ବ୍ଳକ୍ ନିମବାହାଳୀ ଗ୍ରାମକୁ ଆଜିଠାରୁ ୨୨ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦରୁ ୮, ବେଡାପଡା ୬, ଦୁଦୁରକୋଟ, ପାଟଲାର ୩ ଲେଖାଏଁ, ବ୍ରହ୍ମଣପୁରୁଣାକୋଟ, ଗୁଟିଆବେରେଣୀ, ନୂଆପଡା, ଅମଣା, ବଡଗୁଳା, ରାସୋଳ ଗାଁ ର ୨ ଲେଖାଏଁ ଓ ଅସରଡା, ଇଶ୍ବରପୁର ପାଟଲା, ଗୁଳେହି, ନୂଆବଗ, ଚିତଲପୁର, ପାଇକ ପୁରଣାକୋଟ, ଦୁଦୁରକୋଟ,ପିଏଚସି ୧, ନୂଆକିଆରି, ମଗୁବେରେଣୀ, ଭୋବିନିନନ୍ଦର, ନୂଆକୋଟ, ମାନିଆନାଳି, କୋଠାଳୁ, ମାଧପୁର, ବାନ୍ଧ, ଠେଙ୍ଗା, ଭଗବାନପୁର, ବାଆବନ୍ଧ ବିଶ୍ବାଳ, କାରନ୍ଦା, ବାଙ୍କିଡି, ଛୋଟାପଦା, କୁରୁମିଠା, ବସନ୍ତିଆ, ଠୋକର ଗାଁ ର ଜଣେ ଲେଖାଏଁ ମୋଟ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଗୁଡିଆନାଳି, ଦେଉଳ ସାହି ୪ ଲେଖାଏଁ, କୁଞ୍ଜକାନ୍ତ, ଶିମିଳିଆ ୩ ଜଣ ଲେଖାଏଁ, ଟାଉନପ୍ଲାନିଙ୍ଗ, କୁଞ୍ଜକାନ୍ତ, ଦକ୍ଷିଣକାଳୀର ୨ ଲେଖାଏଁ ଓ ଗଣେଶ ବଜାର, ବନମାଳୀ ପ୍ରସାଦ, , ଚାନ୍ଦମାରିସାହି, କାଠଗଡା, ହାଉସିଂବୋର୍ଡ, ଶ୍ଯାମାଚରଣପୁର, ଗାନ୍ଧୀ ମନ୍ଦିର ରୋଡ଼, ପୋଲିସ ଲାଇନ, ମାଣ୍ଡପାସାହି, ଅମଲାପଡା, ଚଣ୍ଡିଆସାହି, ଷ୍ଟେସନ ବଜାର, ହାଟରୋଡ, କଲେଜ ପଢ଼ା, କାଲଟାକ୍ସ, ମୀନା ବଜାର, କାଞ୍ଚନ ବଜାର, ରତ୍ନ ବଜାରର ଜଣେ ଲେଖାଏଁ ସଂକ୍ରମିତ ମିଶି ମୋଟ ୩୭ ଜଣ ସଂକ୍ରମିତ ହୋଇଛନ୍ତି।

ସଦର ବ୍ଲକର ତିଳପଦା, ଗୋବିନ୍ଦପୁର ଗାଁ ର ୩ ଜଣ ଲେଖାଏଁ, ଓ ପତ୍ରଭାଗ, ଭାଲିଆବୋଳକାଟେଣୀ, କଙ୍କଡ଼ାହାଡ଼, ସାରିଅଁ, ଡେରାସିଙ୍ଗ, ମହୁଲପଡା, ନୂଆଗାଁ, ବଳଭଦ୍ର ପୁର, ସିମିଳିପାଟଣା, ତାଳବରକୋଟ, ବଣସିଂର ଜଣେ ଲେଖାଏଁ ସଂକ୍ରମିତ।
ହିନ୍ଦୋଳ ବ୍ଲକରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି।ନୂଆପାଟଣା, ସରଧାପୁର ୩ ଜଣ ଲେଖାଏଁ, ନୂଆ ପାଟଣା ୨ ଜଣ, ଓ ଚରଣପୁର, କନ୍ଦରଶୁଣି, ଗୋବିନ୍ଦବେରେଣୀ, ମୁଣ୍ଡାହତା, ଏସଡିଏଚ ହିନ୍ଦୋଳ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତ‌।

ଓଡ଼ାପଡ଼ା ବ୍ଲକର ଇନ୍ଦିପୁର ୩ ଜଣ, ସାରିଆପଦା ୨ ଓ କାଣ୍ଡବିନ୍ଧା, ଗୋଡିଡିହି, ବଳରାମ ପ୍ରସାଦ, ତାଳଡଙ୍ଗା, ବୃନ୍ଦାବନପୁର, ଘୋଡ଼ା ଡିଆଁ, ଟାଟାଷ୍ଟିଲ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା, ଖୁଣ୍ଟବାଟି, ଗୋଦରବିଲ, ଦଧିଖାଇ, ସୋଗର, କୋଟଗରା, କାନପୁରା, ସମାଟଙ୍ଗି, ବାଙ୍ଗୁରା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଗଁଦିଆ ବ୍ଲକର କରମୁଳ, ବିଶ୍ବନାଥ ପୁର, ଯୋରନ୍ଦା, ମଠତେନ୍ତୁଳିଆ, ଅଙ୍କୁରଦା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
କଙ୍କଡ଼ାହାଡ଼ ବ୍ଲକର ବିରାଶାଳ ୨ ଓ ଗଡପଳାଶୁଣୀ, ଖଜୁରିଆ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଭୁବନ ବ୍ଲକର ଜିରାଳ, ଭୁସଳ, ଅଁଳାଝରି ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଭୁବନ ଏନଏସିରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। କାମାକ୍ଷାନଗର ଏନଏସିର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇଛନ୍ତି ୧୬୭ ଜଣ ଓ ଚିକିତ୍ସିତ ହେଉଛନ୍ତି ୧୮୩୧ ଜଣ।

new life
You might also like
error: Content is protected !!