News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା , ଓମିକ୍ରନ ସଂକ୍ରମଣ ପାଇଁ ସଚେତନ ରହିବାକୁ ପରାମର୍ଶ ;ଜିରୋ ନାଇଟ ସେଲିବ୍ରେସନ ସମ୍ପୁର୍ଣ୍ଣ ବନ୍ଦ !

ଢେଙ୍କାନାଳ ଜିଲ୍ଲା ଓସୱାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହିତ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ ସଚେତନ ରହିଲେ କୋଭିଡ୍ ମୁକ୍ତରଖିବାରେଯତ୍ନବାନ ହୋଇ ପ୍ରସ୍ତୁତ ରହିବାକୁ ପରମର୍ଶ ଦେଇଛନ୍ତି ।

ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ସର୍ବସାଧାରଣ ସ୍ଥାନରେ ଭୋଜି ଭାତର ଆୟୋଜନ,ଡିଜେ ସାଉଣ୍ଡ ବ୍ୟବହାର ଏବଂ ନୂଆ ବର୍ଷରେ ଜିରୋ ନାଇଟ ସେଲିବ୍ରେସନକୁ ସମ୍ପୁର୍ଣ୍ଣ ଭାବରେ ନିଷେଧ କରାଯାଇଛି ।ବିବାହ,ବ୍ରତ ଉତ୍ସବ ଆଦିରେ ସର୍ବମୋଟ ୧ଶହ ଜଣରୁ ଅଧିକ ଜନସମାବେଶ ଉପରେ କଟକଣା ଜାରକି ରାଯବି । ସହିତ ଏଥି ପ୍ରତି ବିଡ଼ିଓ ,ତହସିଲଦାର, ନିର୍ବାହୀଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାରେ ଥିବା ଆଗ ଧାଡିର କର୍ମୀ,ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ମହିଳା ମାନଙ୍କର ଯେପରି ଶତପ୍ରତିଶତ ଟୀକାକରଣ ହେବ ସେଥିପ୍ରତିଦୃଷ୍ଟି ଦେବାକୁ ଜିଲ୍ଲାପାଳ ଚିକିତ୍ସାଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସଂକ୍ରମଣକୁ ଦୃଷ୍ଟିରେ ରଖି ମାଇକ ଯୋଗେ ଜନସାଧାରଣଙ୍କୁ ସଚେତନ କରିବା ସହି୍‌ତ ମାସ୍କ ପରିଧାନ,ସାମାଜିକ ଦୂରତ୍ୱ
ରକ୍ଷା,ପରିଷ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେବାକୁ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁମାନେ କୋଭିଡ୍ ନିମୟକୁ ଖିଲାପ କରିବେ ସେହି ବ୍ୟବସାୟ ପ୍ରତିଷ୍ଠାନକୁ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଅଙ୍ଗନୱାଡି,ବଲ ଆଶା,ଏଏନଏମମାନେ ଜନବହୁଳ ଗ୍ରାମ ଗୁଡିକୁ ଯାଇ ଟୀକା ନେଇନଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ଟୀକା ଦେବାର ବ୍ୟବସ୍ଥା କରିବାକୁ କହିଥିଲେ ।

ଏହି ଅବସରରେ ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ଭିତିଭୂମୀର ଉନ୍ନତି ନିମନ୍ତେ ପଦେକ୍ଷେପ ନେବାକୁ ପଦକ୍ଷେପ ନେଇ ଫେବୃଆରୀ ସୁ୍‌ଦ୍ଧା ସମ୍ପୁର୍ଣ୍ଣ କରିବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ
କହିଛନ୍ତି । ଜିଲ୍ଳାରେ ଥିବା ଆଣ୍ଟିଜେନ ଏବଂ ଆରଟିପିସିଆର ଟେଷ୍ଟ ଓ ଟୀକାକରଣ ଉପରେ ଅତିରିକ୍ତି ଜିଲ୍ଲା ଚିକିତ୍ସାଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ ।

ଜିଲ୍ଲାରେ ବିଦେଶ ଫେରନ୍ତା ମାନଙ୍କୁ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା
କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମୀମାନେ ଅଧିକରୁ ଅଧିକ ଆଣ୍ଟିଜେନ ଏବଂ ଆରପିଟିସିଆର
ଟେଷ୍ଟ କରାଇବା ସହିତ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର
ଦାଶ,ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ,ହିନ୍ଦୋଳ ଉପଜିଲ୍ଲାପାଳଉଦୟ କୁମାର ମହାପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋସ୍ନା ରାୟ,ପୌରଯନ୍ତ୍ରୀ ରଶ୍ମି୍‌ତା ମିଶ୍ର,ଡିପିଏମଏନଏଚଏମ ସୋନାଲି ପ୍ରୀୟଦର୍ଶୀନିୀ,ଅପାତକାଳୀନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!