News
WhatsApp Image 2023-10-04 at 17.25.00
samparksetu

କୋଭିଡ ଆକ୍ରାନ୍ତ ଭୋଟର ମାନେ ଶେଷ ୧ ଘଣ୍ଟାରେ କରିବେ ମତଦାନ

ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଆଜି ଏକ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ତ୍ରିସ୍ତରୀୟ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସମେତ ପୋଲିସ , ଡ୍ରାଇଭର , ଶିକ୍ଷକ ଆଦି ସମସ୍ତେ କର୍ମଚାରୀ ମାନଙ୍କ ୪୮ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟିଙ୍ଗ କରାଯିବ ଏବଂ ସମସ୍ତଙ୍କୁ ବୁଷ୍ଟର ଡୋଜ ଦିଆଯିବ ।

ପଞ୍ଚାୟତ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପରିଚାଳନା କରିବା , ଟ୍ରେନିଂ ଓ ନିର୍ବାଚନ ପ୍ରକ୍ରିୟା ସମୟରେ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରିବାକୁ ଜିଲ୍ଲାପାଳ କହିଥିଲେ । ଯେଉଁ ଭୋଟର ମାନେ କୋଭିଡ ଆକ୍ରାନ୍ତ ହୋଇଥିବେ ସେମାନେ ମତଦାନର ଶେଷ ୧ ଘଣ୍ଟାରେ ମତଦାନ କରିବାକୁ ବ୍ୟବସ୍ଥା କରାଯିବ ।

ଏହି ବୈଠକରେ ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଅଗ୍ରଗତି , ବିଭିନ୍ନ ଭତ୍ତା ପ୍ରଦାନ , ଜିଲ୍ଲାରେ ବସଷ୍ଟାଣ୍ଡ ଓ ଷ୍ଟାଡିୟମ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟିକାକରଣ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅବଗତ କରାଇଥିଲ ।

new life
You might also like
error: Content is protected !!