News
WhatsApp Image 2023-10-04 at 17.25.00
samparksetu

ଟିକା ନେବା ପାଇଁ ଆଜିଠୁ ପଞ୍ଜିକରଣ କରିପାରିବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ

ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ ।

ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କୋ-ଇନ୍ ପୋର୍ଟାଲରେ ହେବ ପଞ୍ଜିକରଣ

୨୮ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ

ଟିକାଦାନ କେନ୍ଦ୍ର ଚୟନ କରିବାକୁ ହେବ

ଟିକାକୁ ଦୃଷ୍ଟିରେ ରଖି ସ୍ଲଟ ବୁକ୍ କରାଯିବ

ଟିକାଦାନ ତାରିଖ ଓ ସମୟ,ମେସେଜ୍ ମାଧ୍ୟମରେ ଜଣାଇ ଦିଆଯିବ

ଟିକାକରଣ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ ହେବ

ଆରୋଗ୍ୟ ସେତୁର ଅଫିସିଆଲ୍‌ ସୂଚନା ଅନୁଯାୟୀ, ଏପ୍ରିଲ୍‌ ୨୮ ତାରିଖ ଅପରାହ୍ଣ ୪ଟା ବେଳେ ‘ଆରୋଗ୍ୟ ସେତୁ ଆପ୍‌’ ଏବଂ ‘ଉମଙ୍ଗ୍‌ ଆପ୍‌’ ମାଧ୍ୟମରେ http://cowin.gov.in ରେ ୧୮ ବର୍ଷରୁ ଅଧିକ ବୟସବର୍ଗଙ୍କ ନିମନ୍ତେ ପଞ୍ଜିକରଣ ଆରମ୍ଭ ହେବ।

ମେ ପହିଲାରେ ଆରମ୍ଭ ହେଉଥିବା ଏହି ଟିକାକରଣ ନିମନ୍ତେ କେତେ ଟିକାକରଣ କେନ୍ଦ୍ର ପ୍ରସ୍ତୁତ ରହିଛି ଏବଂ ଟିକା ନେବା ପାଇଁ କେବେ ସୁବିଧା ମିଳିବ ତାହା ରାଜ୍ୟ ସରକାରଙ୍କ କେନ୍ଦ୍ର ଏବଂ ଘରୋଇ କେନ୍ଦ୍ରମାନଙ୍କ ଉପରେ ନିର୍ଭର କରେ । ମେ ୧ ତାରିଖରୁ ୧୮ ବର୍ଷ ଏବଂ ତାହାଠୁ ଅଧିକ ବୟସ୍କ ବୟସବର୍ଗଙ୍କ ନିମନ୍ତେ କେନ୍ଦ୍ର ସରକାର କୋଭିଡ୍‌-୧୯ ଟିକାକରଣ ଅଭିଯାନ ସମ୍ପ୍ରସାରିତ କରିଛନ୍ତି।

new life
You might also like
error: Content is protected !!