News
WhatsApp Image 2023-10-04 at 17.25.00
samparksetu

ରଙ୍ଗ ତୁଳୀ ଦୁନିଆର ମନବେନ୍ଦ୍ର

ରଙ୍ଗରେ ହସନ୍ତି ରଙ୍ଗରେ ଅଭିମାନ କରନ୍ତି କେତେବଳେ ବର୍ଜ୍ୟବସ୍ତୁ ରୁ ତିଆରି କରନ୍ତି ସୁନ୍ଦର କଳାକୃତି ତ କେତେବଳେ ନିର୍ଜୀବକୁ ଦିଅନ୍ତି ଦିଅଁ ର ରୂପ । ଏଭଳି ରଙ୍ଗ ତୁଳି ଦୁନିଆର ସମ୍ରାଟ ହେଉଛନ୍ତି ମହେଶ ପ୍ରସାଦ ହେନ୍ତାଳିଆ ।

କଙ୍କଡ଼ାହାଡ଼ ବ୍ଲକ ଶଶାପସି ବାସିନ୍ଦା ମହେଶ ପ୍ରସାଦ ହେନ୍ତାଳିଆ ଓ ମାନସୀ ହେନ୍ତାଳିଆଙ୍କ ମଝିଆଁ ପୁଅ ମନବେନ୍ଦ୍ର ଗୋପାଳ । ମନବେନ୍ଦ୍ର ଙ୍କ ବାପା କଙ୍କଡ଼ାହାଡ଼ କଲେଜ ର ଅବସରପ୍ରାପ୍ତ ପ୍ରିନ୍ସିପାଲ, ତିନି ପୁଅରେ ମଝିଆଁ ହେଉଛନ୍ତି ମନବେନ୍ଦ୍ର ।

ପିଲାଟି ଦିନରୁ ରଙ୍ଗ ତୁଳି ରାଇଜରେ ନିଜକୁ ହଜାଇଛନ୍ତି ସିଏ । ଲେଖା ପଢ଼ା ସମୟରେ ପେନରେ ଆଙ୍କିଥାନ୍ତି ଚିତ୍ର । କିଛି ଗୋଟିଏ ମନକୁ ଆସିଲେ କିମ୍ବା ସମ୍ନାକୁ ଆସିଲେ ପେନ ଯୋଗେ ନିଜ ପେପରରେ ତୋଳି ଧରନ୍ତି ସିଏ ।

ବୟସ ବଢ଼ିବା ସଙ୍ଗେସଙ୍ଗେ ପେନ ପେପର ତୂଳୀ କାନଭାସ ରେ ପରିଣତ ହେଲା । ତୋଳିହେଲା ମନ କିଣିନେଲା ଭଳି ଚିତ୍ର, ତେବେ କେବଳ କାନଭାସ ନୁହେଁ ପତ୍ର ଏବଂ ପଥରରେ ମଧ୍ୟ ଜୀବନ୍ତ ଚିତ୍ର ସାଉଁଟି ଥାଆନ୍ତି ସିଏ ।

ତେବେ ମନବେନ୍ଦ୍ର ହେଉଛନ୍ତି କାଳିଆ ପ୍ରେମି ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିବାକୁ ତାଙ୍କୁ ବେସ୍ ପସନ୍ଦ ବୋଲି କହିଥାନ୍ତି ସିଏ । ଅନ୍ୟପଟେ ନିଜ କଳାକୁ ସଂସ୍କୃତି ର ଆଧାର ଦେବାକୁ ଯାଇ ପର୍ବପର୍ବାଣି ରେ ମା’ ଙ୍କୁ ମୁରୁଜ ପକାଇବାରେ ମଧ୍ୟ ସାହାଯ୍ୟ କରିଥାନ୍ତି ।

new life
You might also like
error: Content is protected !!