News
WhatsApp Image 2023-10-04 at 17.25.00
samparksetu

ମା ଖପରମଲ୍ଲୀ ସପ୍ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତଣ୍ଟିଚିରା କ୍ରିକେଟ ଟିମ୍ ଚାମ୍ପିଅନ

ହିନ୍ଦୋଳ ଉପଖଣ୍ଡ ସଦର ମା ଖପରମଲ୍ଲୀ ଦଶହରା ପଡ଼ିଆରେ ୭ମ ମା ଖପରମଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ହିନ୍ଦୋଳ ରାଧାନାଥପୁର ଓ ତଣ୍ଟିଚିରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତନ୍ତିଚିରା ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା ।

ତଣ୍ଟିଚିରା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୧୫୧ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ରାଧାନାଥପୁର ୧୪ ଓଭର ଚାଲୁଥିବା ସମୟରେ ସମସ୍ତ ୱିକେଟ ହରାଇ ୧୦୨ ରନ ସଂଗ୍ରହ କରି ପରାଜିତ ହୋଇଥିଲା ।

ଖେଳଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରା , ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଶ୍ରୀ ତରୁଣ କୁମାର ସାମଲ , ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀ ଅମୂଲ୍ୟ ଦାସ , କାଉନସିଲର ଶ୍ରୀ ପ୍ରଦ୍ୟୁମ୍ନ ବେହେରା , ପୂର୍ବତନ କାଉନସିଲର ଶ୍ରୀ କବି ଦେହୁରୀ ପ୍ରମୁଖ ଯୋଗ ଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ ।

ମ୍ୟାନ ଅଫ ଦି ମ୍ୟାଚ୍ ଭାବରେ ତଣ୍ଟିଚିରା ଦଳର ସନ୍ଦିପ , ମ୍ୟାନ ଅଫ ଦି ସିରିଜ ଭାବରେ ରାଧାନାଥପୁରର ସିପୁନ ପଲେଇ , ଵେଷ୍ଟ୍ ଭଲାଣ୍ଟିୟର ଭାବେ ପିନୁ ମିଶ୍ର , ପ୍ଲେୟାର ଅଫ ଇୟର ଭାବରେ ଶ୍ୟାମ ସୁନ୍ଦର ପ୍ରଧାନ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଅମ୍ପାୟର ଭାବରେ ଶୁଭ୍ରଜିତ୍ ସାହୁ , ଆକାଶ ପ୍ରସାଦ ରାୟ ଗୋପାଲ ପଷ୍ଟି , ସ୍କୋରର ଅବୁଲି ବେହେରା , ସୌମ୍ୟକାନ୍ତ ନାଏକ ଦାୟିତ୍ଵ ତୁଲାଇ ଥିବାବେଳେ ପ୍ରଶାନ୍ତ ବେହେରା ଓ ଶ୍ରୀକାନ୍ତ ମହାପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।

ଆୟୋଜକ କମିଟି ସଭାପତି ଓ ମ୍ୟାନେଜର ଶ୍ରୀକାନ୍ତ ମହାପାତ୍ର , ଉପସଭାପତି ଆଶୀର୍ବାଦ ନାଠୀ , ସମ୍ପାଦକ ଆକାଶ ସାହୁ , ସହ-ସମ୍ପାଦକ ପିଣ୍ଟୁ ନାଠୀ , ଯୁଗ୍ମ ସମ୍ପାଦକ ଆଶିଷ ପୃଷ୍ଟି , ସଦସ୍ୟ ସଞ୍ଜୟ ମହାପାତ୍ର , ସରୋଜ ଭୂତିଆ , କୁନା ନାଠୀ , କୁନା ପ୍ରଧାନ , ଦିନମଣି ପ୍ରଧାନ , ପ୍ରଭାତ ବେହେରା , ରାନୁ ନାଠୀ , ପ୍ରଶାନ୍ତ ବେହେରା , ଶ୍ୟାମଳ ଜେନା , ଶୁଭ୍ରକାନ୍ତ ବେହେରା , ବାଲାଜୀ ଖିଲାର , ରବିନ ଉଥାପ୍ପା , ଟିଙ୍ଗୁ ବେହେରା , ଶିଶିର ନାଏକ , ସୁନିଲ ନାହାକ , କାଳିଆ ଦାସ , କୈବଲ୍ୟ ଭୂତିଆ , ଟିମା ମହାପାତ୍ର , ପପୁନ ମହାପାତ୍ର , ସଂଗ୍ରାମ ମହାପାତ୍ର ସହଯୋଗ କରିଥିଲେ । ପପୁନ ଖିଲାର ଶବ୍ଦ ସଂଯୋଜନା କରିଥିଲେ ।

new life
You might also like
error: Content is protected !!