News
WhatsApp Image 2023-10-04 at 17.25.00
samparksetu

ସମ୍ପତି ଲୋଭରେ ଜଘନ୍ୟ ଷଡଯନ୍ତ୍ର ; ଆଧାର କାର୍ଡରେ ବଦଳିଗଲେ ମୃତ ବାପା

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତଗର୍ତ ବୋରାପଦା ଗ୍ରାମରେ ସମ୍ପତି ଲୋଭରେ ଜଘନ୍ୟ ଷଡଯନ୍ତ୍ର ଦେଖିବାକୁ ମିଳିଛି । ସମ୍ପତ୍ତି ଲୋଭରେ ମୃତ ଭାଇର ନାମକୁ ନିଜ ପିଲାଙ୍କ ବାପାର ପରିଚୟ ଦେଇ ଅଧାର କାର୍ଡରେ ପରିବର୍ତ୍ତନ କରି ଭାଈର ସମ୍ପତି ହଡପ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯାଗ ହୋଇଛି ।

ବୋରାପଦା ଗ୍ରାମର ଲବଙ୍ଗ ଦେହୁରୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ନନ୍ଦ କିଶୋର ଦେହୁରୀ ଗତ ୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ମୃତ୍ୟୁ ବରଣ କରିଛନ୍ତି ,ତାଙ୍କର ବିଧବା ପତ୍ନୀଙ୍କ ସହିତ ଏକମାତ୍ର ପୁଅ ସୁବଳ ଦେହୁରୀ ଉତ୍ତରାଧିକାରୀ ଭାବରେ ରହିଛନ୍ତି । କିନ୍ତୁ ନନ୍ଦଙ୍କ ସାନଭାଇ ପାଣ୍ଡବ ଦେହୁରୀ ଭାଈର ସମ୍ପତି ହଡପ କରିବା ପାଇଁ ତାଙ୍କର ତିନୋଟି ଝିଅଙ୍କ ବାପାଙ୍କ ନାମ ପାଣ୍ଡବ ବଦଳରେ ନନ୍ଦକିଶୋର ଦେହୁରୀ ବୋଲି ଉଲ୍ଲେଖ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଲବଙ୍ଗ ।

ଏପରିକି ଆଧାର କାର୍ଡରେ ମଧ୍ୟ ଚଞ୍ଚକତା କରି ପରିବର୍ତ୍ତନ କରିଛନ୍ତି । ତିନି ଝିଅ ନନ୍ଦଙ୍କ ପିଲା ହୋଇନଥିବା ବେଳେ ସମ୍ପତି ଲୋଭରେ ଏପରି କରୁଥିବାର ଲବଙ୍ଗ ଅଭିଯୋଗ କରିଛନ୍ତି । ଫଳରେ ସରକାରଙ୍କ ଠାରୁ ମିଳୁଥିବା ସବିଧା ସୁଯୋଗ ପାଉଥିବାର ସେ ମଧ୍ୟ ଅଭିଯାଗ କରିଛନ୍ତି । ଏପରିକି ଲବଙ୍ଗ,ତାଙ୍କ ପୁଅ ସୁବଳ ଏବଂ ତାଙ୍କ ବୋହୁଙ୍କୁ ମାଡପିଟିକରି ଘରୁ ବାହାରକରିଦେବା ସହିତ ଜୀବନରେ ମାରି ଦେବାର ଧମକ ଚମକ ଦେଉଛନ୍ତି ।

ଗତ ୧୧ ତାରିଖ ଅର୍ଥିାତ୍ ଗତକାଲି ତହସିଲଦାର ତଦନ୍ତ କରିବାକୁ ଆସିଥିଲେ ମଧ୍ୟ ସେ ବଧି ବା ଲବଙ୍ଗ ଏବଂ ସୁବଳ କଥା ନଶୁଣି ଏକ ତରଫା ତଦନ୍ତ କରି ଫେରିଯାଇଥିବାର ଅଭିଯୋଗ ହୋଇଛି ।

new life
You might also like
error: Content is protected !!