ବିଳମ୍ବିତ ରାତିରେ ଦୋକାନରୁ ତାଲାଭାଙ୍ଗି ଚୋରି । କାମାକ୍ଷାନଗର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ତାଲା ଭାଙ୍ଗି ଚୋରି ଅଭିଯୋଗ ହୋଇଛି ।
ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ଗତକାଲି ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଦୋକାନ ଭିତରେ ଥିବା ଏକ ଡିଏସଏଲଆର କ୍ୟାମେରା ଚୋରି କରିନେଇଛନ୍ତି । ତେବେ ଆଜି ସକାଳୁ ତାଲା ଭାଙ୍ଗିଥିବା ପଡିଥିବାର ଦେଖି ଦୋକାନ ଭିତରେ ଖୋଜାଖୋଜି କରିଥିବା ବେଳେ କ୍ୟାମେରା ଟି ଆଉ ମିଳିନଥିଲା ।
ତେବେ ଏ ନେଇ ଦୋକାନ ମାଲିକ ମନୋଜ ବେହେରା କାମାକ୍ଷାନଗର ଥାନାରେ ଏତଲା ଦେଇଛନ୍ତି ।