News
WhatsApp Image 2023-10-04 at 17.25.00
samparksetu

ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳ ପଞ୍ଚାୟତ ର ଡ଼ଙ୍ଗାପାଳ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ପୁଅର ଟାଙ୍ଗିଆ ଚୋଟ ରେ ବାପର ମୃତ୍ୟୁ, ବାପକୁ ନିର୍ମମ ଭାବେ ହତ୍ୟାକରି ନିଜ ସାନ ଭଉଣୀକୁ ମଧ୍ୟ ଆକ୍ରମଣ କରିଥିବା ବେଳେ ଭଉଣୀ ମଧ୍ୟ ଗୁରୁତ୍ତର ଭାବେ ଆହତ ହୋଇଥିବାର ସୂଚନା ।

ସୂଚନା ଅନୁଯାୟୀ ସନାତନ ମହାନ୍ତଙ୍କ ପୁଅ ତପନ ମହାନ୍ତ ନିଜ ଶ୍ୱଶୁର ଘରେ ରହି ଆସୁଥିବା ବେଳେ ଗତକାଲି ତପନ ମଦ୍ୟପ ଅବସ୍ଥାରେ ନିଜ ଘରକୁ ଆସିଥିଲା, ତେବେ ସମ୍ପତ୍ତି ଭାଗବଣ୍ଟା କୁ ନେଇ ସନାତନ ଏବଂ ତପନ ଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଥିଲା ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ତପନ ଏକ ଟାଙ୍ଗିଆ ଯୋଗେ ନିଜ ବାପକୁ ଗୋଡ଼ାଇ ଗୋଡାଇ ହାଣିଥିଲା ।

ଏପରିକି ଏଭଳି ବିଭତ୍ସ କାଣ୍ଡକୁ ରୋକିବାକୁ ଯାଇ ତପନଙ୍କ ଭଉଣୀ ସୁଜାତା ମହାନ୍ତ ତାକୁ ଅଟକାଇଥିବା ବେଳେ ତପନର ଆକ୍ରମଣରୁ ବର୍ତ୍ତି ନଥିଲେ ସୁଜାତା । ଏହି ନରକୀୟ କାଣ୍ଡ ଘଟାଇ ତପନ ଘଟଣା ସ୍ଥଳରୁ ଚମ୍ପଟ ମାରିବା ପରେ , ସନାତନ ଏବଂ ସୁଜାତା ଉଭୟଙ୍କୁ କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ସନାତନଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

new life
You might also like
error: Content is protected !!