News
WhatsApp Image 2023-10-04 at 17.25.00
samparksetu

ପାରିବାରିକ କଳହ କୁ ନେଇ ଲହୁଲୁହାଣ ମହିଳା ; ଥାନାରେ ମାମଲା ରୁଜୁ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନିୟ ଘଟଣା । ଜମିବାଡ଼ି ଗଣ୍ଡଗୋଳକୁ ନେଇ ଦୁଇ ପରିବାର ମଧ୍ୟରେ କଥା କଟାକଟି କୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ଛଅ ବର୍ଷ ର ଶିଶୁ ପୁତ୍ର ଆହତ। ତେବେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଆହତ ମହିଳା ।

ସୁଚନା ଅନୁଯାୟୀ ଘରବାଡ଼ି ରାସ୍ତା କୁ ନେଇ ସେହି ଗ୍ରାମର ଲିଲିପ୍ରଭା ଧଳ ଏବଂ ରାଜେଶ୍ ଧଳ, ପ୍ରମିଳା ଧଳ ଓ ରମେଶ ସାମଲ ଙ୍କ ମଧ୍ୟରେ ବଚସାକୁ ଲାଗି ରହିଥିଲା । ତେବେ ଗତ ବୁଧବାର ଦିନ ରାଜେଶ୍ ଧଳ, ପ୍ରମିଳା ଧଳ ଓ ପିଉସା ରମେଶ ସାମଲ ଲିଲି ପ୍ରଭାଙ୍କୁ ମାରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ୬ ବର୍ଷ ପୁଅକୁ ମଧ୍ୟ ଆକ୍ରମଣ କରିଥିବାର ଲିଲି ପ୍ରଭା ଅଭିଯୋଗ କରିଛନ୍ତି ।

ଯାହା ଫଳରେ ତାଙ୍କ ଶିଶୁ ପୁତ୍ର ସାମାନ୍ୟ ଆହତ ହୋଇଥିବା ବେଳେ ଲିଲି ପ୍ରଭା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।

କିଛି ଗଣମାଧ୍ୟମ ପ୍ରତିନିଧି ନିହଲପ୍ରସାଦ ଥାନାରେ ଯୋଗାଯୋଗ କରିବାରୁ ଆସାମୀ ମାନଙ୍କ ନାମରେ କେସ୍ ନଂ ୧୩୨/୨୧ ଭାରତୀୟ ଦଣ୍ଡବିଧାନ ଆଇନ୍ ୨୯୪/୩୨୩/୩୨୪/୫୦୬/୩୪ ଆଇପିସି ଧାରାରେ କେସ୍ ରୁଜୁ କରି ଅନୁସନ୍ଧାନ ଜାରୀ ରହିଥିବାର ଜଣାଇଛନ୍ତି ।

ସୂଚନା ମୁତବକ ପୂର୍ବରୁ ରାଜେଶ୍ ଧଳ ଙ୍କ ନାମରେ ୨୦୧୭ ମସିହାରେ ଏହି ପାରିବାରିକ ଘଟଣାକୁ ନେଇ ମାମଲା ପଡ଼ିରହିଛି । ତେବେ ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଲିଲି ପ୍ରଭା ଙ୍କ ଦାଦା ଶଶୁର ଚୈତନ୍ୟ ଧଳ ସୂଚନା ଦେଇଥିବା ବେଳେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପ୍ରକୃତ ଦୋଷୀକୁ ଗିରଫ ଦାବୀ କରିଛନ୍ତି ।

new life
You might also like
error: Content is protected !!