News
WhatsApp Image 2023-10-04 at 17.25.00
samparksetu

ନାଇଟକର୍ଫ୍ୟୁ ରେ ମାତିଲେ ଲୁଟେରା, ଦୋକାନ ତାଲାଭାଙ୍ଗି ସାମଗ୍ରୀ ସହ ଟଙ୍କା ଲୁଟ୍ ଅଭିଯୋଗ

ସବୁଆଡେ ଲକଡାଉନ୍ ରାତି ୯ ରୁ ନାଇଟକର୍ଫ୍ୟୁ ଏଭଳି ସୁଯୋଗ ରେ ମାତିଲେ ଲୁଟେରା । ଏକ ଦୋକାନ ର ତାଲାଭାଙ୍ଗି ଲୁଟିନେଲେ ବିକ୍ରି ପାଇଁ ଥିବା ସାମଗ୍ରୀ ଏବଂ ନଗଦ ଟଙ୍କା । ଏଭକି ଏକ ଅଭାବନୀୟ ଘଟଣା ଘଟିଛି ତୁମଁସିଙ୍ଗା ଥାନା ଅନ୍ତର୍ଗତ ଶ୍ରୀମୂଳା ଛକ ନିକଟରେ ।

ସୂଚନା ଅନୁଯାୟୀ ଶ୍ରୀମୂଳା ଛକ ନିକଟରେ ବିଦୁଲତା ବିଶ୍ବାଳ ନାମ୍ନୀ ଜଣେ ବିଧବା ମହିଳା ଏହି ଦୋକାନ ଦେଇ ପେଟ ପୋଷୁଥିଲେ । ଏହି ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପୁଅର ଖର୍ଚ୍ଚ ବହନ କରିଥାନ୍ତି ବିଦୁଲତା । ସବୁଦିନ ପରି ସକାଳୁ ବ୍ୟବସାୟ ନିମନ୍ତେ ଦୋକାନ ତାଲା ଖୋଲିଥାନ୍ତି ସିଏ ହେଲେ ସକାଳୁ ଦେଖିଲା ବେଳକୁ ଦୋକାନ ତାଲା ଭାଙ୍ଗି ତଳେ ପଡିଛି । ଏନେଇ ପୋଲିସ୍ କୁ ସୂଚନା ଦେବାରୁ ଘଟଣା ସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି । ବ୍ୟବସାୟ ନିମନ୍ତେ ୫୦.୦୦୦ ଟଙ୍କାର ସାମଗ୍ରୀ ସହ ନଗଦ ୬୦୦୦ ଟଙ୍କା ଲୁଟ୍ ହୋଇଥିବାର କହିଛନ୍ତି ବିଦୁଲତା ।

ପୂର୍ବରୁ ମଧ୍ୟ ସେହି ଦୋକାନରୁ ଚୋରି ହୋଇଥିବା ବେଳେ ଏଭଳି ଘଟଣା ବାରମ୍ବାର ଘଟିଥିବାରୁ ବିଦୁଲତା ଙ୍କ ଆମଦାନୀ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ।

new life
You might also like
error: Content is protected !!