News
WhatsApp Image 2023-10-04 at 17.25.00
samparksetu

ଦଦରାଘାଟି ନିକଟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦଦରାଘାଟି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ୟାରିକେଟ ରେ ପିଟିହେଲା ବାଇକ୍ , ଘଟଣା ସ୍ଥଳରେ ବାଇକ୍ ଚାଳକ ଜଣଙ୍କ ମୃତ୍ୟୁ ।

ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୦.୩୦ ସମୟରେ ପରଜଙ୍ଗ ବ୍ଳକ ଅନ୍ତର୍ଗତ ଦଦରାଘାଟି ନିକଟରେ ଏକ ଦୁର୍ଘଟଣା ଘଟିଛି ।
ବାଇକ୍ ଯୋଗେ ସମୀର ରାଉତ ପାଲଲହଡା ଯାଉଥିବା ସମୟରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବ୍ୟାରିକେଟ ଟେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସମୀରଙ୍କ ମୃତ୍ୟୁ ଘଟିଛି ।

ସମୀରଙ୍କ ଘର ଆଠଗଡ ଅଞ୍ଚଳର ତିଗିରିଆ ବୋଲି ଜଣାଯାଇଛି । ସେ ଘରୁ ତାଙ୍କ କାର୍ଯ୍ୟସ୍ଥଳୀ ପାଲଲହଡା କୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

new life
You might also like
error: Content is protected !!