News
WhatsApp Image 2023-10-04 at 17.25.00
samparksetu

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ

ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ି ନ ପାରନ୍ତି ।

ବୃଷ

ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ସମାଲୋଚିତ ହେବେ। ପ୍ରଶାସନ, ଆଇନ ଅଦାଲତ ଓ କଳା, ସାହିତ୍ୟରେ ଉନ୍ନତି କରିବେ।

ମିଥୁନ

କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେଲେ କିଛି ଅସୁବିଧା ହେବନି। ଆକସ୍ମିକ ଭାବରେ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ । ପାଖରେ ନ ଥିବା ଜିନିଷଟି ପାଇଁ ଘରେ ତର୍କ ଓ ବିବାଦ ବଢ଼ିପାରେ ।

କର୍କଟ

ଆତ୍ମୀୟସ୍ବଜନଙ୍କ ସହଯୋଗରେ ସକାଳୁ ସକାଳୁ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।

ସି˚ହ

ସରକାରୀ କାମରେ ଆଜି ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାହାଯ୍ୟ କରିବାକୁ ଯାଇ ପର ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିବେ।

କନ୍ୟା

କୌଣସି କ୍ଷେତ୍ରରେ ବିବାଦୀୟ ବିଷୟକୁ ନେଇ ମୁଣ୍ଡ ନ ପୂରାଇବା ଭଲ ହେବ । ବାରମ୍ବାର କାନକୁହା କଥା ଶୁଣି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବାର ଆଶଙ୍କା ରହିଛି । ବ୍ୟବସାୟରେ ସମସ୍ୟା ଗୁରୁତର ଆକାର ଧାରଣ କରିପାରେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ହେବେ ।

ତୁଳା

ଅତୀତରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍ ସମାଧାନ ହେବ । ମାଙ୍ଗଳିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ ।

ବିଛା

କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ।

ଧନୁ

ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କଚେରି ମାମଲାରେ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି ।

ମକର

ମାନସିକ ଅସ୍ଥିରତା କାରଣରୁ ଭଲ କଥାକୁ ଭୁଲ୍ ବୁଝିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି । ଭୁଲ୍ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ ।

କୁମ୍ଭ

ପାରିବାରିକ ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁମାନଙ୍କ ସାହାଯ୍ୟ ଦରକାର ପଡ଼ିପାରେ । କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଅପରାହ୍ନରେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ପଡ଼ୋଶୀଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ ।

ମୀନ

ଆକସ୍ମିକ ଭାବରେ ଅନ୍ୟର କାମରେ ବାହାରକୁ ଯିବାକୁ ପଡ଼ିପାରେ । ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।

new life
You might also like
error: Content is protected !!