News
WhatsApp Image 2023-10-04 at 17.25.00
samparksetu

ଜଣେ ଶିକ୍ଷୟତ୍ରୀ ରେ ଚାଲିଛି ପ୍ରାଥମିକ ସ୍କୁଲ !

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳୀ ପଞ୍ଚାୟତ ର ରାଜସ୍ୱ ଗାଁ ଦଲକ । ଏହା ଜିଲ୍ଲା ମୁଖ୍ୟ।ଳୟ ଠାରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ । ଏହି ଗାଁରେ ରହିଛି ୧୯୭୫ ରେ ପ୍ରତିଷ୍ଠିତ ସରକାରୀ ପ୍ରାଥମିକ ବିଦ୍ୟାଳୟ । ବର୍ତ୍ତମାନ ଏହି ବିଦ୍ୟାଳୟରେ ୨୫ ଜଣ ଛାତ୍ର ଓ ୨୬ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ବିଦ୍ୟାଳୟର ଦକ୍ଷିଣ ପାର୍ଶ୍ୱରେ ଏକ ଜଳାଶୟ ରହିଥିବା ସତ୍ତ୍ୱେ ସେଠାରେ କୌଣସି ପାଚେରୀ ରହିନାହିଁ । ବିଦ୍ୟାଳୟରେ ମାତ୍ର ୨ଗୃହରେ ଶିକ୍ଷାଦାନ ହେଉଛି , ସିମେଣ୍ଟ ଟାଇଲ ଛପର ୨ଟି ଗୃହ ଭଙ୍ଗାରୁଜା ଅବସ୍ଥାରେ ରହିଛି । କେବଳ ଏତିକି ନୁହେଁ ସ୍କୁଲ ରେ ଜଣେ ମାତ୍ର ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷକ ରହିଛନ୍ତି ।ତେବେ ସରକାର ଏହି ସ୍କୁଲ ଉପରେ ଦୃଷ୍ଟି ଦେଇ ସ୍କୁଲ ପାଇଁ ଆଉ ଜଣେ ଶିକ୍ଷକ ଙ୍କ ସହ ,ଶ୍ରେଣୀ ଗୃହ ଓ ପାଚେରୀ ନିର୍ମାଣ ପାଇଁ। ଅଞ୍ଚଳ ବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!