News
WhatsApp Image 2023-10-04 at 17.25.00
samparksetu

ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ କଳାପାଣି ଠାରୁ ବଣସିଂହ ପର୍ଯ୍ୟନ୍ତ ଯାଇଛି ହାଇ ଭୋଲଟେଜ ବିଦ୍ୟୁତ ସଂଯୋଗ । ତେବେ ବର-କନିଆଁ ପାହାଡର ପାର୍ଶ୍ୱରେ ରହିଛି ଏକ ବିପଦ ଶଙ୍କୁଳ ବିଦ୍ୟୁତ ଖୁଣ୍ଟ , ଅନ୍ୟପଟେ ନିଘୋଡ ନିଦ୍ରାରେ ଶୋଇରହିଛି ବିଦ୍ୟୁତବିଭାଗ ।

ପ୍ରତିଦିନ ଶହ ଶହ ଲୋକ ଏଇ ବିଦ୍ୟୁତ ନିକଟବର୍ତ୍ତି ସ୍ଥାନ ଦେଇ ଯାତାୟତ କରୁଛନ୍ତି । ହେଲେ କାହାର ଦୃଷ୍ଟି ଏହା ପ୍ରତି ପଡୁନାହିଁ,କି ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହିଁ ।

ମିଳିଥିବା ସୂଚନା ମୁତାବକ, ଆଜକୁ ବହୁ ଦିନ ହେବ ଏହି ବିଦ୍ୟୁତ ଖୁଣ୍ଟ ଟି ଏଭଳି ଅବସ୍ଥାରେ ରହିଛି । ଏହା ମଧ୍ଯ ଦେଇ ପ୍ରତିଦିନ ଲୋକମାନଙ୍କ ଗମନାଗମନ ଏବଂ ବହୁ ଯାନବାହାନ ମଧ୍ଯ ଯାତାୟତ କରୁଛନ୍ତି , ହେଲେ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟୁତ ଖୁଣ୍ଟିର ପୁନଃଉଦ୍ଧାର କାର୍ଯ୍ଯ ହୋଇପାରିନାହିଁ ।

ହୁଏତ କାହାର କିଛି ଅସୁବିଧା ହେଲେ ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନ ଦେବ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ।

new life
You might also like
error: Content is protected !!