News
WhatsApp Image 2023-10-04 at 17.25.00
samparksetu

ନଵବଧୁର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର !

ବିବାହର ୪ଦିନ ନପୁରୁଣୁ ନବବଧୁ ର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମରେ ।

ସୂଚନା ଅନୁଯାୟୀ ହିନ୍ଦୋଳ କଲଣ୍ଡାଗ୍ରାମର ହରିହର ନାଏକଙ୍କ ଝିଅ ଝରଣା ନାଏକ ଗତ ୧୭ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମର ମଦନ ନାଏକକୁ ବିବାହ କରିଥିଲେ । ହେଲେ ବିବାହର ୪ଦିନ ନପୁରୁଣୁ ଝରଣାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଶାଢ଼ୀ ଲାଗିଥିବା ବେଳେ ଝୁଲନ୍ତା ଅବସ୍ଥାରେ ଝରଣାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ପରିବାର ଲୋକେ ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!