ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଜମି ଓ ଘର ଡିହ ପଟ୍ଟା ପ୍ରଦାନ ଦାବିରେ ସରାଙ୍ଗ ଗ୍ରାମର ବଜରଙ୍ଗୀ ପାଟଣା ସାହି ବାସିନ୍ଦା ଆଜି ଧାରଣା ଦେଇଥିଲେ । ସୂଚନା ମୁତାବକ ଦୀର୍ଘଦିନ ଧରି ସେମାନେ ଦଖଲ କରିଆସୁଥିବା ଚାଷ ଜମି ଓ ଘରଡିହ ଜମି ଆଦି ର ପଟ୍ଟା ପ୍ରଦାନ ପାଇଁ ଦାବିକରି ଆସୁଥଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ସେମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଥିବା ବେଳେ, ବିଭିନ୍ନ ସରକାରୀ ଯୋଜନା ରୁ ମଧ୍ୟ ବଞ୍ଚିତ ହୋଇଥିବା ଅଭିଯୋଗ କରି ଧାରଣା ଦେଇଛନ୍ତି ।
ସେପଟେ ଦୁଇ ଘଣ୍ଟା ଧାରଣାରେ ବସିବା ପରେ ସ୍ଥାନୀୟ ତହସିଲ୍ ସେମାନଙ୍କ ସହ ଆଲୋଚନ କରିବା ସହ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକ ଦାବି ପୂରଣ କରାଯିବାର ପ୍ରତିଶୃତି ଦେବା ପରେ ଧାରଣା ରୁ ଉଠିଥିଲେ ଆନ୍ଦୋଳ କାରି ।