News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ବ୍ଲକ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ବୈଠକ ରେ ଗଁଦିଆ ଥାନ ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ସନମାନିତ ଅତିଥି ଭାବେ, ଢେଙ୍କାନାଳ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ, ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ,ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ରୀନାରାଣୀ ଖଟୁଆ, ବ୍ଲକ ବିଜେଡି ସଭାପତି ବିଶ୍ୱନାଥ ଜେନା, ସୋରିସିଆ ପଦା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ରାଉତ,ଏବଂ ସ୍ଥାନୀୟ ସରପଞ୍ଚ ବିଜୟ ଦେହୁରୀ ପ୍ରମୁଖ ଯୋଗଦାନ କରିଥିଲେ l

ସଭା ପ୍ରାରମ୍ଭରେ ମଂଚାସୀନ ଅଥିତିମାନେ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପୁଷ୍ପ ମାଲ୍ୟା ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ,ଉକ୍ତ ବୈଠକରେ ମୁଖ୍ୟ ଅଥିତି ଶ୍ରୀ ମହାପାତ୍ର ଉକ୍ତ ବୈଠକର ଅଭିମୁଖ୍ୟ ଉପରେ ଆଲୋକପାତ କରି ପୋଲିସ ପ୍ରଶାସନ ଓ ଜନସାଧାରଣ ଙ୍କ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ କରିବା ସହ ପୋଲିସ ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନେ ନିଜ ସମସ୍ୟାର ସମାଧାନ ନିମନ୍ତେ ଥାନାକୁ ଆସୁଥିବା ଜନସାଧାରଣ ମାନଙ୍କୁ ଉତ୍ତମ ଭ୍ୟବହାର ପଦର୍ଶନ କରିବା ସହ ସେମାନଙ୍କ ସମସ୍ୟା ର ସମାଧାନ ନେମନ୍ତେ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଗୁରୁତ୍ୱ ନେଇଥିଲେ ଓ ତତ ସହିତ ପ୍ରତି କ୍ଷତ୍ରରେ ପୋଲିସ କୁ ସହଯୋଗ ସହାୟତା ନିମନ୍ତେ ଜନସାଧାରଣ ମାନଙ୍କ ସହଯୋଗ ଲୋଡ଼ିଥିଲି l

ଅନ୍ୟ ଉପସ୍ଥିତ ସନମାନୀତ ଅଥିତି ମାନେ ପୋଲିସ ବିଭାଗର କାର୍ଯ୍ୟ ଶୈଳୀ ଉପରେ ସନ୍ତୋଷ ପ୍ରକାଶ କରିବା ସହ ବାଲ୍ୟ ବିବାହ, ଘରୋଇ ହିଂସା,ସାଇବର ଠକେଇ, ଆଦି ଘଟଣା ଉପରେ ପୋଲିସ ପୁର୍ଣ ମାତ୍ରାରେ ଜନସାଧାରଣ ମାନଙ୍କ ସହ ଆଲୋଚନା କରିବା ସହ ଘଟଣା ଗୁଡିକ ଉପରେ ପୋଲିସ ପକ୍ଷରୁ ତୋରିତ ପଦକ୍ଷପ ନେବା ସହ ନ୍ୟାୟ ପ୍ରଦାନ କ୍ଷତ୍ରରେ ଭାଭାଗ ପକ୍ଷରୁ ଯେପରି ଅବହେଳା ନହେବା କୁ ନେଇ ମୁଖ୍ୟ ଅତିଥି ଦୃଷ୍ଟି ଆକର୍ଷଣ କରିଥିଲେ, ପରିଶେଷରେ ଗଁଦିଆ ଥାନ ଅଧିକାରୀ ସମସ୍ତ ଅତିଥି ବୃନ୍ଦ ଓ ଉପସ୍ଥିତ ଜନସାଧାରଣ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

new life
You might also like
error: Content is protected !!