News
WhatsApp Image 2023-10-04 at 17.25.00
samparksetu

ଟ୍ରକ ଧକ୍କାରେ ଚାଲିଗଲା ନାବାଳିକାର ଜୀବନ, ଘଟଣା ସ୍ଥଳରେ ଉତେଜନା

ଢେଙ୍କାନାଳ ସଦର ଥାନା ଡେରାସିଂ ନିକଟରେ ଟ୍ରକ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁଆଖାଇ କାଟେଣି ଗାଁର ପଦ୍ମିନୀ ସାହୁ (୧୪) । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ରୋକ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ପଦ୍ମିନୀ ନିଜ ଘର ସୁଆଖାଇକାଟେଣୀରୁ ସକାଳ ୬ଟାରେ ଡେରାସିଂକୁ ପଢିବାକୁ ଯାଉଥିଲେ । ଡେରାସିଂ ଗ୍ରାମ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ।ପରେ ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଲୋକେ ଢେଙ୍କାନାଳ-ତରଭା ରାସ୍ତାର ରଞ୍ଜା ଛକଟାରେ ରାସ୍ତାରୋକ କରିଛନ୍ତି, ପୋଲିସ ବୁଝାସୁଝା ଜାରି ରଖିଛି ।

new life
You might also like
error: Content is protected !!