News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ପିଡୀତଙ୍କ ଦାୟିତ୍ବ ନେଲେ ଧର୍ମେନ୍ଦ୍ର

୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ରୋଗୀଙ୍କ ଦାୟିତ୍ବ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ଟିବି ପୀଡିତ ଙ୍କୁ ପୃଷ୍ଠି କୀଟ୍ ବଣ୍ଟନ କରାଯାଇଛି ।

ତେବେ ଟ୍ୱିଟ କରି ଧର୍ମେନ୍ଦ୍ର ଜଣାଇଛନ୍ତି ” ସେବା ଓ ଜନ-ଭାଗିଦାରୀ ବିଚାରରେ ଅନୁପ୍ରାଣିତ ହୋଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିନରେ ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ପାଇଁ ତାଙ୍କ ଲକ୍ଷ୍ୟ ପୂରଣ ଦିଗରେ ଟିବି ମୁକ୍ତ ଅଭିଯାନ ରେ ଓଡ଼ିଶାର ୪ ଜିଲ୍ଲା ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢ଼େଙ୍କାନାଳର ଟିବି ରୋଗରେ ପୀଡିତ ଭାଇ ଭଉଣୀଙ୍କ ଦାୟିତ୍ୱ ନେଉଛି । ଜଣେ ନି-କ୍ଷୟ ମିତ୍ର ଭାବରେ, ଓଡିଶାର ଏହି ୪ ଜିଲ୍ଲାରେ ଟିବି ରୋଗରେ ଚିକିତ୍ସିତ ହେଉଥିବା ମୋର ଭାଇ ଓ ଭଉଣୀମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇବି । ପ୍ରଥମ ପର୍ଯ୍ୟାୟରେ, ଟିବି ବିରୋଧରେ ଲଢ଼େଇ କରୁଥିବା ଆଜି ୭୨ ଜଣ ଭାଇ ଭଉଣୀଙ୍କୁ ପୁଷ୍ଟି କିଟ୍ ପ୍ରଦାନ କରାଯାଇଛି । “

new life
You might also like
error: Content is protected !!