News
WhatsApp Image 2023-10-04 at 17.25.00
samparksetu

କେନ୍ଦ୍ର ଶିକ୍ଷ୍ୟାମନ୍ତ୍ରୀ ଙ୍କ ନବୋଦୟ ବିଦ୍ୟାଳୟ ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ବୁଲି ଦେଖିଛନ୍ତି ମାନ୍ୟବର ଶିକ୍ଷା ,ଦକ୍ଷତା, ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଦ୍ୟାଳୟ ପରିସରରେ ସ୍ମାର୍ଟ କ୍ଲାସ ରୁମ ,ହଷ୍ଟେଲ ,ମେସ , ଲାଇବ୍ରେରୀ, ଏକାଡେମୀକ ହଲ ଆଦି ବୁଲି ଦେଖିବା ସହ ସ୍କିଲ ଡେଭଲପମେଣ୍ଟ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ ।

ଏଥି ସହିତ ଆୟୋଜିତ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହି ଜବାହର ନବୋଦୟ ବିଦ୍ୟାଳୟ ରାଷ୍ଟ୍ରୀୟ ଶିକ୍ଷାନୀତିର ପ୍ରୟୋଗଶାଳା ହେବ ବୋଲି ସେ କହିଥିଲେ । ଗରିବ, ମଧ୍ୟବିତ୍ତ ଓ କମ ବେତନାରେ ଚଳୁଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଅନୁଷ୍ଠାନ ଏକ ବଡ଼ ପ୍ଲାଟଫର୍ମ । ନିଶ୍ଚିତ ଭାବେ ଏହି ଜବାହର ନବୋଦୟ ବିଦ୍ୟାଳୟର ପରିବର୍ତ୍ତନ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜବାହର ନବୋଦୟ ସମିତି ଆସିଷ୍ଟାଣ୍ଟ କମିଶନର ନିଲମ ପାଣି ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ,ବିଦ୍ୟାଳୟର ପ୍ରିନ୍ସିପାଲ ଡକ୍ଟର ପ୍ରତିମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜାଦୀ କି ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

new life
You might also like
error: Content is protected !!