News
WhatsApp Image 2023-10-04 at 17.25.00
samparksetu

ଆପ୍ ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ

ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଓଡାପଡା ବ୍ଲକ ଘଟିପିର ଠାରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ଓଡାପଡା ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହିତ ସଭା ପରିଚାଳନା କରିଥିଲେ l ଉପସ୍ଥିତ ଥିବା ବ୍ଲକ ଆବାହକ ମାନେ ନିଜ ନିଜ ବ୍ଲକର ରିପୋର୍ଟ ଉପସ୍ଥାପନା କରିଥିଲେ l

ଆଜିର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦଳର ସଂଗଠନ, ଜିଲ୍ଲା କାର୍ଯ୍ୟ କାରିଣୀର ସମ୍ପ୍ରସାରଣ, ଲୋକମାନଙ୍କର ସମସ୍ୟା ଗୁଡିକୁ ସମାଧାନ କରିବା, ଦଳର ଅଗ୍ରଗତିରେ ବାଧକ ଓ ତାର ନିରାକରଣ, ଆର୍ଥିକ ସ୍ଥିତିର ସମୀକ୍ଷା ଓ ସୁଦୃଢ କରିବା ଏବଂ ଜିଲ୍ଲା କାର୍ଯ୍ୟାଳୟର ଶୁଭାରମ୍ଭ ଇତ୍ୟାଦି l ରାଜ୍ୟ ଭରଚୁଆଲ ମିଟିଂର ନିଷ୍ପତ୍ତି ଅନୁସାରେ ଜିଲ୍ଲାର ଚାରୋଟି ବ୍ଲକରେ ବ୍ଲକ ସଭା କରାଯିବ, ଯେଉଁଥିରେ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ରହିବେ l

ପଞ୍ଚାୟତ ସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲା ପରିଷଦ ଜୋନ୍ ଏବଂ ପ୍ରତି ପଞ୍ଚାୟତରେ ପ୍ରମୁଖ ନିଯୁକ୍ତି କରିବାପାଇଁ ନିଷ୍ପତ୍ତି ନିଆଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଲିଗାଲ ସେଲ ସମ୍ପାଦକ ଆଇନଜୀବୀ ଶାନ୍ତନୁ କୁମାର ରାଉତ, ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇ, ମହନ୍ତ ସାହୁ, ଦେବାନନ୍ଦ ହୋତା, ବିକାଶଜିତ ସାହୁ, ଜୟନ୍ତ ଧଳ, ସରୋଜ ପଣ୍ଡା, ସନାତନ ନାଏକ, ଗୋବିନ୍ଦ ନାଏକ, ମହେଶ୍ୱର ସାହୁ, ହେମନ୍ତ ଧଳ, କୈଳାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରଭାତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

new life
You might also like
error: Content is protected !!