News
WhatsApp Image 2023-10-04 at 17.25.00
samparksetu

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହେଲା ଟଙ୍କା ବି ଉଠିଲା ହେଲେ ପ୍ରକୃତ ହିତାଧିକାରୀଙ୍କୁ ନା ମିଳିଛି ଘର ନା ମିଳିଛି ଟଙ୍କା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ପଞ୍ଚାୟତର କନ୍ତିଓପୁଟସାହି ଗାଁ ର ଏପରି ଜଣେ ହିତାଧିକାରୀ ହେଉଛନ୍ତି ପ୍ରସନ୍ନ ବେହେରା ପିତା ଥାୟା ବେହେରା।

ପଞ୍ଚାୟତ ଅଫିସ୍ କାନ୍ଥ ରେ ବଡ଼ ବଡ଼ ଅକ୍ଷରରେ ହିତାଧିକାରୀଙ୍କ ନାମ ଲେଖାହୋଇଛି। ତାଙ୍କର PMAY ID No 3370440।
ପ୍ରସନ୍ନ ଜଣେ ଶ୍ରମିକ ଶ୍ରେଣୀର ଲୋକ। ରୋଜଗାର ଆଶାରେ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ଏହାର ଫାଇଦା ଉଠାଇଛନ୍ତି ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ। ଟଙ୍କା ଖାଇ ଏହି ଆଇଡିରେ ଘର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଛନ୍ତି। ପ୍ରସନ୍ନ ଯେତେବେଳେ ଏ ସମ୍ପର୍କରେ ଜାଣିବାକୁ ପାଇଲେ ବହୁତ ବିଳମ୍ବ ହୋଇ ସାରିଥିଲା। ଏ ସମ୍ପର୍କରେ କାମାକ୍ଷାନଗର ବିଡ଼ିଓଙ୍କୁ ଅବଗତ ପରେ ବିଡ଼ିଓ ମହୋଦୟ ବି ସଫା ସଫା ମନା କରି ଦେଇଛନ୍ତି କି ଆଉ କିଛି କରିହେବ ନାହିଁ।

କାରଣ ଏହି କୋଡରେ ଦୁଇ ବର୍ଷ ତଳୁ ଘର ମିଳିସାରିଛି। ନିରୁପାୟ ପ୍ରସନ୍ନ ତା୨୧-୬-୨୦୨୧ ରେ ସୁଚନା ଅଧିକାର ଆଇନ ବଳରେ କନ୍ତିଓପୁଟସାହିର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା ମାଗିଥିଲେ। ଏହି ତାଲିକାର ୩୫୮ ନମ୍ବରରେ ମୀନତି ବେହେରା ପିତା ହରି ବେହେରା କୋଡ଼ OR3370440 ରହିଛି। ମୀନତି ବେହେରା ହେଉଛନ୍ତି ପ୍ରସନ୍ନ ବେହେରାଙ୍କ ପତ୍ନୀ ଓ ତାଙ୍କ ବାପାଙ୍କ ନାମ ଦୁଆରି ବେହେରା।

ପୂର୍ବରୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୋଡ଼ ଅନୁସାରେ ପତ୍ନୀଙ୍କ ନାମ ଅଛି ଓ ବର୍ତ୍ତମାନ ବି କୋଡ଼ ସମାନ ରହିଛି‌। ତେବେ ଘର କୁଆଡେ ଗଲା ଏହାର ଉତ୍ତର କାହା ପାଖରେ ନାହିଁ। ଏ ସମ୍ପର୍କରେ ଆମେ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ ହେଲେ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ସେ ଡାକ୍ତରଖାନାର ଥିଲେ। ଏପରି ତୃଟି ବା ଜାଣିଶୁଣି କରାଯାଇଥିବା ଚଞ୍ଚକତା ତଦନ୍ତ କଲେ ସତ ପଦାକୁ ଆସି ପାରିବ ଓ ପ୍ରସନ୍ନଙ୍କୁ ତାଙ୍କ ଘର ମିଳି ପାରିବ।

new life
You might also like
error: Content is protected !!